କଂୟା ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ପ୍ରସ୍ତୁତି ବୈଠକ ।

0 389

ଭଞ୍ଜନଗର, ୦୧/୦୬(ପିପିଟି):ଭଞ୍ଜନଗର ଠାରୁ କୁଲାଡ଼ ରାସ୍ତାରେ ଥିବା କଂୟା ବ୍ୟାଘ୍ରଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆସନ୍ତା ମାସ ୪ରୁ ୯ତାରିଖ ପର୍ଯ୍ୟନ୍ତ ଯଥା ରୀତିନୀତି ଅନୁସାରେ ପାଳନ ହେବ।କିଭଳି ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପାଦନ ହେବ ସେଥି ନିମନ୍ତେ ଆଜି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଦଳବେହେରାଙ୍କ ସମେତ ଶ୍ରୀରାମ ପ୍ରସାଦ ପାଳ, ସୁବାଷ ଚନ୍ଦ୍ର ପ୍ରଧାନ,ସୁବାଷ ଚନ୍ଦ୍ର ବରାଡ଼, ରାଘବ ଚନ୍ଦ୍ର ଆଚାର୍ଯ୍ୟ, ଗୋପାଳ କୃଷ୍ଣ ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।କଳସ ଯାତ୍ରା, ପୂଜା ଦାୟିତ୍ୱ, ଟ୍ରାଫିକ ବ୍ୟବସ୍ଥା,ସଫେଇ, ଯଜ୍ଞ,ନାମ ସଂକୀର୍ତ୍ତନ,ଭୋଗ ପ୍ରସ୍ତୁତି, ପ୍ରସାଦ ବଣ୍ଟନ,ସୂଚନା କେନ୍ଦ୍ର ଆଦି ନିମନ୍ତେ କମିଟି ଗଠନ କରି ସଦସ୍ୟ ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଭଞ୍ଜନଗର ଏନଏସି ଓ ବିଭିନ୍ନ ପଞ୍ଚାୟତର ସ୍ବେଚ୍ଛାସେବୀଙ୍କ ସହଯୋଗରେ ଯେପରି ବିଶ୍ୱଶାନ୍ତି ମହାଯଜ୍ଞ ସଫଳ ହୋଇଥିଲା ବର୍ତ୍ତମାନ ମଧ୍ୟ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବାକୁ ବିଧାୟକ ଶ୍ରୀ ନାୟକ କହିଥିଲେ।ଏହି ଉତ୍ସବରେ ୨୪ପ୍ରହର ଅଖଣ୍ଡ ନାମଯଜ୍ଞ,ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ ଆଦି କାର୍ଯ୍ୟକ୍ରମ ରହିଛି।ଏଥି ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆଜିର ବୈଠକରେ ସ୍ଥାନୀୟ ଜନସାଧାରଣଙ୍କ ସମେତ ଆଖପାଖର ବହୁଲୋକ ଉପସ୍ଥିତ ଥିଲେ।
(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.