କୋଦଳା,୧୭/୧୦(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ତୁମ୍ୱେଶ୍ବର ଶୈବ ପୀଠ ପରିସରରେ ଭୋଟ ଚୋରି ବିରୋଧରେ ସ୍ୱର ଉଠାଇ ସଜାଗ ସୃଷ୍ଟି ପାଇଁ ଏକ ଜନସଭା ଓ ଦସ୍ତଖତ ଅଭିଯାନ କଂଗ୍ରେସ ଦଳ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଚିରଞ୍ଜିବୀ ବିଷୋୟୀ । ସେ ଏହି ଅଭିଯାନକୁ ତଳସ୍ତରରେ ବିସ୍ତାର କରି ଜନସାଧାରଣଙ୍କୁ ଜାଗ୍ରତ କରିବା ଉଦ୍ଦେଶ୍ୟରେ କରୁଛନ୍ତି । ସଭାରେ ବିଶିଷ୍ଟ ଅତିଥି ଭାବରେ ଉପସ୍ଥିତ ଥିଲେ ରବି କୁମାର ବିଷୋୟୀ ଜିଲ୍ଲା କିଷାନ୍ କଂଗ୍ରେସ (ପଶ୍ଚିମ) ସଭାପତି। ସେ ତାଙ୍କ ଉଦବୋଧନରେ ଭୋଟ ଚୋରି ଘଟଣା ଉପରେ ଗଭୀର ଆଲୋଚନା କରି,ଏହା ଲୋକତନ୍ତ୍ର ପାଇଁ ବଡ଼ ଆଶଙ୍କା ସୃଷ୍ଟି କରୁଥିବା ବୋଲି କହିଥିଲେ । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ଶରତ ଚନ୍ଦ୍ର ଦାଶ,ମନୋରଞ୍ଜନ ଦାଶ,ଭବାନୀ ପ୍ରସାଦ ଜେନା (ବୁଲା), ବିଜୟ ଭୂୟାଁ, ଚନ୍ଦ୍ର ମଣି ପ୍ରଧାନ,ପାଣୁ ସାହୁ,ସନ୍ତୋଷ କୁମାର ନାୟକ,ଦୁର୍ଗା ପ୍ରସାଦ ଭୂୟାଁ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ )