ବୋଲଗଡ଼,ତ୧୯/୦୫(ପିପିଟି):୨୫ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବୋଲଗଡ଼-ବେଗୁନିଆ ଭୋଟରମାନେ ଚାତକ ଭଳି ଚାହିଁ ବସିଛନ୍ତି । ଜାତୀୟ କଂଗ୍ରେସ ପ୍ରାର୍ଥୀ ପୃଥିବୀ ବଲ୍ଲବ ପଟ୍ଟନାୟକ କିଭଳି ଜିତିବେ ସେଥିପାଇଁ ଦିନାରତି ଏକ କରିଦେଇଛନ୍ତି । ସକାଳ ୮ଟାରେ ବୋଲଗଡ ବ୍ଲକ ଅନ୍ତର୍ଗତ ୨୬ନଂ ଜିଲ୍ଲା ପରିଷଦ ଜୋନର ୬ଟି ପଞ୍ଚାୟତରେ ବିଶାଳ ବାଇକ ର୍ୟାଲି ମାଧ୍ୟମରେ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରିଛନ୍ତି ।ବିନୋଦପଡା ଛକରୁ ବାଇକ ସୋଭାଯାତ୍ରା ବାହାରି ବଡକୁମାରୀ ପଞ୍ଚାୟତ, ବାଙ୍କୋଇ ପଞ୍ଚାୟତ, ସାଗରଗୁଆଁ ପଞ୍ଚାୟତ, ଆରିକମା ପଞ୍ଚାୟତ, ପାଟପୁର ଶାସନ ପଞ୍ଚାୟତ ଓ ଅସରଳା ପଞ୍ଚାୟତର ୩୦ରୁ ଉର୍ଦ୍ଧ ଗ୍ରାମରେ ସାହି ସାହି ବୁଲି ଲୋକସଭା ପ୍ରାର୍ଥୀ ୟାସିର ନୱାଜ ଓ ବିଧାନ ସଭା ପ୍ରାର୍ଥୀ ପୃଥିବୀ ବଲ୍ଲବ ପଟ୍ଟନାୟକଙ୍କୁ ଉଭୟ ହାତ ଚିହ୍ନରେ ଭୋଟଦେଇ ବିପୁଳ ମାତ୍ରାରେ ବିଜୟୀ କରିବାକୁ ଅନୁରୋଧ କରିଥିଲେ । କଂଗ୍ରେସର ୧୦ଟି ଗ୍ୟାରେଣ୍ଟି ନିର୍ବାଚନ ଇସ୍ତାହାର ସମ୍ପର୍କରେ ବିଭିନ୍ନ ଗାଁର ଛକ ବଜାର ମାନଙ୍କରେ ଜନସାଧାରଣଙ୍କୁ ବୁଝାଇଥିଲେ । ତାଙ୍କ ସହିତ ଅନ୍ୟମାନଙ୍କ ମଧ୍ୟରେ ମହିଳା କଂଗ୍ରେସ ନେତ୍ରୀ ଜୟଶ୍ରୀ ପଟ୍ଟନାୟକ, କଂଗ୍ରେସ ନେତା ମନୋଜ କୁମାର ସାହୁ, ରାଜୀବଗାନ୍ଧୀ ପଞ୍ଚାୟତରାଜ ସଂସ୍ଥାର ରାଜ୍ୟ ସଂଯୋଜକ ବିଜୟ କୁମାର ପ୍ରଧାନ, କଂଗ୍ରେସ ନେତା ତାରା ପ୍ରସାଦ ପଟ୍ଟନାୟକ, ବ୍ଲକ କଂଗ୍ରେସ ସଭାପତି ସଞ୍ଜୟ କୁମାର ସୁବୁଦ୍ଧି, ସାମାଜିକ ଗଣମାଧ୍ୟମ ସଂଯୋଜକ ସୁଶାନ୍ତ ମହାରଣା, ଯୁବ କଂଗ୍ରେସ ସଭାପତି ଗଣେଶ୍ୱର ସୁବୁଦ୍ଧି, ନଟବର ପାଣ୍ଡେ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)