ବାସୁଦେବପୁର,୦୭/୧୨: ଦରଦାମ ବୃଦ୍ଧି,ଆଦାନୀକୁ ଅହେତୁକ ଅନୁକମ୍ପା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ନିର୍ବାଚନରେ ମିଥ୍ୟା ପ୍ରତିଶୃତି ଓ ଯୋଜନାର ବିଫଳତା, ଓଡିଆ ଅସ୍ମିତା ପାଇଁ ଯୁବ କଂଗ୍ରେସ ପକ୍ଷରୁ ଦସ୍ତଖତ ଅଭିଯାନ ହୋଇଯାଇଛି । ବାସୁଦେବପୁର ସହରର ଟ୍ରାଫିକଛକ ଠାରେ ଆୟୋଜିତ ଏହି ଅଭିଯାନ ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସର ସଭାପତି ସୁବ୍ରତକୁମାର ବେଉରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ଲକ ଯୁବ କଂଗ୍ରେସର ସାଧାରଣ ସଂପାଦକ ଚନ୍ଦନକୁମାର ନାୟକ ,ବ୍ଲକ ଯୁବ କଂଗ୍ରେସ ସିଦ୍ଧାନ୍ତ ଦାସ,ସନ୍ତୋଷ ପାତ୍ର, ଚନ୍ଦନ ନାୟ.ରାକେଶ ମହାନ୍ତି,ବାଦଲ ନାୟକପ୍ରମୁଖ ଉପସ୍ଥିତ ଥିଲେ । ଏକ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ରହି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ।