ଔଷଧ ନୁହେଁ ଜୀବନ ଶୈଳୀ ଦ୍ବାରା ଡାଇବେଟିସ ରୋଗ କୁ ଦୂରେଇ ହେବ : ଡ଼ା ଧିରଜ ପଣ୍ଡା ।

0 212

ସୁବର୍ଣ୍ଣପୁର ,୨୯/୦୯(ପିପିଟି) : ସୁବର୍ଣ୍ଣପୁର ସହର ର ପୌର ପରିଷଦ ସ୍ମାର୍ଟ ପାର୍କ ଠାରେ ସକାଳ ସାତ ଘଣ୍ଟା ସମୟରେ ପତଞ୍ଜଳୀ ଯୋଗ ସମିତି ସୁବର୍ଣ୍ଣପୁର ତରଫରୁ ମଧୁମେହ ରୋଗର ଲକ୍ଷଣ ଓ ନିରାକରଣ ସକାଶେ ବିଶେଷଜ୍ଞ ଡାକ୍ତର ଧୀରଜ୍ ପଣ୍ଡା ଙ୍କ ସହ ଏକ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଯୋଗ ଦେଇ ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ଠାରେ ଦୀପ ପ୍ରଜ୍ବଳନ କରି ଏହି ସ୍ବାସ୍ଥ୍ୟ ଶିବିର କୁ ଉଦ୍ଘlଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତାମସି ତାମସ୍ମିତା ନାୟକ, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ । ଭୁବନେଶ୍ୱର ମେସ୍କଫୋର୍ଡ ହସ୍ପିଟାଲ୍ ର ଡ଼ାଇବେଟ୍ଟୋଲୋଜିଷ୍ଟ ଡ଼ା.ଧିରଜ୍ କୁମାର୍ ପଣ୍ଡା ଏହି ଶିବିର ରେ ଯୋଗ ଦେଇ ମଧୁମେହ ରୋଗ ର ଲକ୍ଷଣ ଓ ଏହାର ନିରାକରଣ ଉପରେ ପ୍ରଶ୍ନ ଉତ୍ତର ମାଧ୍ୟମ ରେ ଶତାଧିକ ଲୋକ ଙ୍କ ସହ ପରାମର୍ଶ କରିଥିଲେ । ଡାଇବେଟିସ ଏକ ରୋଗ ନୁହେଁ କେଲୋରୀ ଓ ଇନ ସୁଲିନ ର ସମସ୍ୟା ହିଁ ଡାଇବେଟିସ ବୋଲି କହିଥିଲେ ଓ ଦୈନନ୍ଦିନ ଜୀବନ ଶୈଳି ଦ୍ଵାରା ଏହାକୁ ଦୂର କରିହେବ ବୋଲି ଶ୍ରୀ ପଣ୍ଡା ବୁଝାଇଥିଲେ ଏବଂ ସୁସ୍ଥ ନିରାମୟ ଜୀବନ ଯାପନ କରିବାକୁ ହେଲେ ଠିକ୍ ସମୟ ରେ ଭୋଜନ କରିବାକୁ, ଭାରାକ୍ରାନ୍ତ ନ ହେବାକୁ, ଓ ଡ଼ାଏଟ୍ କଣ୍ଟ୍ରୋଲ କରିବାକୁ ପରାମର୍ଶ କରିଥିଲେ । ରେଣୁକା ଡ଼ାଇଗ୍ନୋ ସିଷ୍ଟ ତରଫ ରୁ ମାଗଣା ରେ ବ୍ଲଡ ସୁଗlର୍, ବିପି, ଓଜନ ପରୀକ୍ଷା କରଯାଇଥିଲା । ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳ ଓ ସମସ୍ତ ଅତିଥି ଙ୍କ ଦ୍ଵାରା ଡ଼ା.ପଣ୍ଡା ଙ୍କୁ ଓ ଶିବିର ଆୟୋଜନ ର ସହଯୋଗୀ ସୁବାଷ ପଣ୍ଡା ଓ ସଞ୍ଜୟ ବଡ଼ ପଣ୍ଡା ଙ୍କୁ ସମ୍ବର୍ଧିତ କରାଯାଇଥିଲା । ପତଞ୍ଜଳି ଯୋଗ ସମିତି ସଭାପତି ଗୋପାଳ ନେଗୀ ଓ ସମ୍ପାଦକ ଶ୍ରୀବନ୍ତ ମିଶ୍ର ଓ ଯୋଗୀ ରବୀନ୍ଦ୍ର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ଯୋଗ ଗୁରୁ ମନୋଜ ପଣ୍ଡା ଓ ଯୋଗୀ ମନୋରଂଜନ ତ୍ରୀପାଠୀ ସଭା ସଂଯୋଜନା କରିଥିଲେ । ଜାଗୃତି ସାହୁ ଓ ସ୍ୱାଗତିକା ମହାପାତ୍ର ଙ୍କ ଦ୍ଵାରା ଅତିଥି ଙ୍କୁ ଉପଢ଼ୌକନ ଓ ଫୁଲ ତୋଡା ଦେଇ ସ୍ଵାଗତ କରିଥିବା ବେଳେ ପତଞ୍ଜଲୀ ଯୋଗ ସମିତି, ସ୍ବଚ୍ଛ ଭାରତ, ଗୋପାଲଜୀ ଯୋଗାଳୟ, ସିନିୟର୍ ସିଟିଜେନ୍, ଫରେଷ୍ଟ ପାର୍କ ମର୍ଣଂ ୱାକର୍ସ କ୍ଳବ୍, ବିଭିନ୍ନ ସଙ୍ଗଠନ ର ସଦସ୍ୟ ଓ ସହର ର ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.