ପୋଲସରା, ୧୭/୦୪(ପିପିଟି) : ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଗ୍ରାମର ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓ.ଏ.ଭି.) ପକ୍ଷରୁ ପରିବେଶ ସଚେତନତା ଉପରେ ଆଧାରିତ “ଗଛ ବଞ୍ଚାଅ ବିଶ୍ୱ ବଞ୍ଚାଅ” କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରିନ୍ସପାଲ ତ୍ରିଲୋଚନ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷର ଭୂମିକା ଉପରେ ସଚେତନ କରାଯାଇଥିଲା। ଏଥିସହିତ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ଏକ ସଚେତନତା ରାଲି କରାଯାଇ ଜନସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଇକୋ କ୍ଲବର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟର ଶିକ୍ଷକ ସଂଗ୍ରାମ ପାଣିଗ୍ରାହୀ , ସାଗର କୁମାର ରଥ, ସତ୍ୟପ୍ରିୟ ମିଶ୍ର, ଇଶ୍ୱରି ସାହୁ , ନିର୍ମଳ ଚନ୍ଦ୍ର ପ୍ରଧାନ ଓ କୃଷ୍ଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା