ଓ ଏ ଏସ ପରୀକ୍ଷାରେ ସଫଳତା ପାଇ ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ ଆଣିଲେ ସବନମଶ୍ରୀ ଏବଂ ଜ୍ୟୋତିରଞ୍ଜନ ।

0 224

ସୁବର୍ଣ୍ଣପୁର ,୨୦/୧୦(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପମାଲ ଗ୍ରାମର ସବନମଶ୍ରୀ ମେହେର ଓଡିଶା ପ୍ରଶାସନିକ ପରୀକ୍ଷାରେ ୪୪୯ ରେଙ୍କ ହାସଲ କରି ସଫଳତା ପାଇଛନ୍ତି l ସେ ଦ୍ଵିତୀୟ ପ୍ରଚେଷ୍ଟା ଏବଂ ବିନା କୋଚିଂ ରେ ରେ ଏହି ସଫଳତା ହାସଲ କରିଥିବାବେଳେ ଦୈନିକ ୧୨ ରୁ ୧୪ ଘଣ୍ଟା ପରିଶ୍ରମ କରିଛନ୍ତି ବୋଲି କହିଛନ୍ତି l ଶବନମଶ୍ରୀ ଙ୍କ ପ୍ରାଥମିକ ଶିକ୍ଷା ବୀରମହାରାଜପୁର ସରସ୍ବତୀ ଶିଶୁ ମନ୍ଦିର, ହାଇସ୍କୁଲ ସୋନପୁର ସହର ହାଇସ୍କୁଲ ଯୁକ୍ତ ୨ ବିଜ୍ଞାନ ଭୁବନେଶ୍ୱର କିଟ କଲେଜ ଏବଂ ହୋଇ ଉଛ ଶିକ୍ଷା ଚିପିଲିମା ସ୍ଥିତ ଓୟୁଏଟିରୁ ଉତ୍ତୀର୍ଣ୍ଣ ହୋଇଛନ୍ତି l ସଵନମଶ୍ରୀଙ୍କ ବାପା ପର୍ଶୁରାମ ମେହେର ଜଣେ ଅବସରପ୍ରାପ୍ତ କୃଷି କର୍ମଚାରୀ ଏବଂ ମା ନନକା ମେହେର ଜଣେ ଗୃହିଣୀ l ସେହିଭଳି ସୁବର୍ଣ୍ଣପୁର ସାନ ଝୀଙ୍କି ଗ୍ରାମ ରେ ବାସ କରୁଥିବା ମୂଳ ନିବାସୀ ବିନିକା ବ୍ଲକ୍ ସଂସାମୁରା ଗ୍ରାମ ର ଦୈତ୍ୟଦେବ ଭୋଇ ଓ ଜୟଶ୍ରୀ ଭୋଇ ଙ୍କ ସୁପୁତ୍ର ଅଟନ୍ତି ଜ୍ୟୋତି ରଞ୍ଜନ ଭୋଇ ପ୍ରଥମ ଥର ଓ ଏ ଏସ ପରୀକ୍ଷା ରେ ୩୭୨ ନମ୍ୱର୍ ରେଙ୍କ ରେ ସଫଳ ହୋଈ ପିତା ମାତା, ଜନ୍ମ ମାଟି ସଂସାମୁରା ଓ ସୋନପୁର ସାନ ଝିଙ୍କୀ ସମେତ ସହାରା ହାଇସ୍କୁଲ ଓ ଭୁବନେଶ୍ଵର ଓ ୟୁ ଏ ଟି ସଂସ୍ଥା ର ଗୌରବ ଆଣିଛନ୍ତି l ପିତା ସୋନପୁର ବ୍ଲକ୍ ରେ କୋଷାଧ୍ୟକ୍ଷ ଭାବେ କାର୍ଯ୍ଯରତ ଅଛନ୍ତି l ଏହି ସଫଳତାରେ ଉଭୟଙ୍କୁ ସାରା ଜିଲ୍ଲା ରୁ ଶୁଭେଚ୍ଛା ର ସୁଅ ଛୁଟୁଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.