ଓସିଏସ ପାଇଥିବା ସଚ୍ଚିଦାନନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ ।

0 213

ଯାଜପୁର,୧୩/୧୦(ପିପିଟି): ଚଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩୪୯ ରାଙ୍କରେ କୃତକାର୍ଯ୍ୟ ହୋଇଥିବା ସୁକିନ୍ଦାର ଯୁବକ ସଚ୍ଚିଦାନନ୍ଦଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ । ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ଗ୍ରାମର ସ୍ୱର୍ଗତଃ ଯୋଗେନ୍ଦ୍ର ବେହେରାଙ୍କ ନାତି ତଥା ଚହଳି ନାୟକ ଏବଂ ସଂଜୁଲତା ନାୟକଙ୍କର ସୁପୁତ୍ର ସଚ୍ଚିଦାନନ୍ଦ ନାୟକ (ଭିକି ) ଚଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନିଜ ପାଇଁ ଓ ସମଗ୍ର ସୁକିନ୍ଦା ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଆଣିଦେଇଛନ୍ତି । ସୋମବାର ଦିନ ଘଡ଼ାଇ ସଚ୍ଚିଦାନନ୍ଦଙ୍କ ଖରଡ଼ି ସ୍ଥିତ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦାପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ,ଉପାଧ୍ୟକ୍ଷ ଭାଗ୍ୟଲକ୍ଷ୍ମୀ ରାଉତ,ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ସୁକିନ୍ଦା ଗଡ ସରପଞ୍ଚ ସ୍ୱାଧିନ ଦାସ, ଖରଡ଼ି ପଞ୍ଚାୟତ ସମିତି ସଭ୍ୟା ମିନାରାଣି ବାରିକ,ପଞ୍ଚାୟତ ଯୁବ ସଭାପତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.