ଓଷ୍ଟା ପକ୍ଷରୁ ଗଞ୍ଜାମ ଜିଲ୍ଳା ସ୍ତରୀୟ ଶିଶୁଉତ୍ସବ ।

0 64

ଭଞ୍ଜନଗର, ୨୨/୧୨(ପିପିଟି):ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା ତରଫରୁ ଦୁଇ ଦିନିଆ ଜିଲ୍ଳା ସ୍ତରୀୟ ଶିଶୁଉତ୍ସବ ସଭାପତି ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ, ଅତିଥିଭାବେ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ପ୍ରଧାନଶିକ୍ଷକ ମଦନ ମୋହନ ରଥ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ଼. ବିଜୟ ଚନ୍ଦ୍ର ମହାରଣା, ରାମ ଚନ୍ଦ୍ର ପୋଲେଇ, ଆଲୋଷ୍ଟା ଉପଦେଷ୍ଟା ଅମର ବିଳାସ ବେହେରା, ହିମାଂଶୁ କୁମାର ପଟ୍ଟନାୟକ, ଭିକାରୀ ଚରଣ ଗୌଡ଼ ଯୋଗ ଦେଇ ଓଷ୍ଟାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ପାଦକ ବିଜୟ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରି ଶିଶୁ ଉତ୍ସବର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ । ତଳଜୀବିକା ହାଇସ୍କୁଲର କୁନି କୁନି ଛାତ୍ରୀଙ୍କ ଦ୍ୱାରା ଏକ ଆଦିବାସୀ ନୃତ୍ୟ ପରିବେଷଣ ହୋଇ ସନ୍ଧ୍ୟାରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ମିଳିତ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ ସହଯୋଗ କରିବା ସହ ବିଚାରକ ଭାବେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦ୍ୱିତୀୟ ଦିନ ସକାଳ ସମୟରେ ଯୋଗ ଶିକ୍ଷା ପ୍ରଦାନ କରାଯିବା ପରେ ସଚେତନତା ପଦଯାତ୍ରା ନଗର ପରିକ୍ରମା କରି ବେଲେଶ୍ୱର ଶୈବ ପୀଠ, ବିଜୁ ପଟ୍ଟନାୟକ ପାର୍କ ଛାତ୍ରଛାତ୍ରୀ ବୁଲି ଦେଖିଥିଲେ । ପରେ ପରେ ଉଦଯାପନୀ କାର୍ଯ୍ୟକ୍ରମକୁ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ବିଶିଷ୍ଟ ଅତିଥି ଭାବେ ନଗରପାଳ ଗୋପବନ୍ଧୁ ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରଫେସର କୃତ୍ତିବାସ ବିଶ୍ୱାଳ, ଆଲୋଷ୍ଟ ମୁଖ୍ୟଉପଦେଷ୍ଟା ଜଗବନ୍ଧୁ ଜେନା, ଓଷ୍ଟା ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ଏସ୍ଟିଏଫଆଇ ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି,ଅଲୋଷ୍ଟl ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ପ୍ରାକ୍ତନ କୋଷାଧ୍ୟକ୍ଷ କାମରାଜୂ ମହାରଣା, ପ୍ରଧାନଶିକ୍ଷକ ମଦନ ମୋହନ ରଥ, ଓଷ୍ଟା ରାଜ୍ୟ ପ୍ରତିନିଧି ଡ. ବିଜୟ ଚନ୍ଦ୍ର ମହାରଣା, ରାମ ଚନ୍ଦ୍ର ପୋଲାଈ, ଶିକ୍ଷାବିତ ରାଜ କୁମାର ସାହୁ, ଭିକାରୀ ଚରଣ ଗୌଡ଼, ହିମାଂଶୁ ପଟ୍ଟନାୟକ, ସୁଧୀର କୁମାର ସେଠୀ, ପିତାମ୍ବର ପାଢ଼ୀ,ନୀଳାମ୍ବର ପଟ୍ଟନାୟକ,ଅଶୋକ କୁମାର ହୋତ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ । ଏହି ଅବସରରେ ପଦୋନ୍ନତି ପାଇ ଯୋଗ ଦେଇଥିଵା ସୋରଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିସହ କାର୍ଯ୍ୟକ୍ରମ ରେ ବିଚାରକ ଓ ପରିଚାଳନାରେ ସହଯୋଗ କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବକୁ ମନୋନୀତ ହୋଇଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କାର ଦେଇ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମ ରେ ବାଇଶି ବ୍ଲକ ଓ ବ୍ରହ୍ମପୁର ମହାନଗର ରୁ ଚାରିଶହ ଛାତ୍ରଛାତ୍ରୀ ସମେତ ଗାଇଡ଼ ଶିକ୍ଷକ ଯୋଗ ଦେଇଥିଲେ । ଶେଷରେ ସମ୍ପାଦକ ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.