ଭୁବନେଶ୍ୱର, ୧୭/୧୧(ପିପିଟି):ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଆଜି ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୪ବର୍ଷ ବୟସ ହୋଇଥିଲା।ସେ ଓଡ଼ିଆ ଭାଷାରେ ଅନେକ ହିଟ ଗୀତ ଦେଇ ଯୁବ ବର୍ଗଙ୍କ ପ୍ରିୟ ସିଙ୍ଗର ହୋଇ ପାରିଥିଲେ।ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗରେ ଅନେକ ସମସ୍ୟା ଥିବାରୁ ଗତ କିଛି ଦିନ ହେବ ସେ ଚିକିତ୍ସିତ ହେଉଥିଲେ।ହେଲେ ଆଜି ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ହ୍ୟୁମାନ।ତାଙ୍କର ଅକାଳ ବିୟୋଗରେ ବହୁ ରାଜନେତା, କଳାକାର, ସଙ୍ଗୀତ ପ୍ରେମୀ,ପ୍ରଶଂସକ ଓ ପରିବାରବର୍ଗ ଗଭୀର ଶୋକ ପ୍ରକାଶ କରିଛନ୍ତି।ହ୍ୟୁମାନଙ୍କ ବିୟୋଗରେ ସଙ୍ଗୀତ ଜଗତ ଓ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ଅପୁରାଣୀୟ କ୍ଷତି ଘଟିଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)