ଓଡିଶା ସ୍କୁଲ, କଲେଜ ଓ କର୍ମଚାରୀ ସମନୟ ସମିତିର ସାଙ୍ଗଠନିକ ବୈଠକ।

0 422

ଭଞ୍ଜନଗର, ୧୦/୦୮(ପିପିଟି) : ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସଭା ଗୃହ ଠାରେ ଓଷ୍ଟା ତରଫରୁ ଆୟୋଜିତ ଓଡିଶା ସ୍କୁଲ କଲେଜ ଓ କର୍ମଚାରୀ ସମନୁୟ ସମିତିର ସାଙ୍ଗଠନିକ ବୈଠକ ଓଷ୍ଟl ବ୍ଲକ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଳା ସଭାପତି ସନ୍ତୋଷ ଜେନା, ସମ୍ପାଦକ ବିଜୟ କୁମାର ବେହେରା, ଅବସରପ୍ରାପ୍ତ ଅଧକ୍ଷ କୃତ୍ତିବାସ ବିଶ୍ୱାଳ, ବ୍ରହ୍ମ କୁମାରୀ ସନ୍ତୋଷିନୀ ଦେବୀ,ଅଲୋଷ୍ଟା ଜିଲ୍ଳା ସଭାପତି କୃଷ୍ଟ ଚନ୍ଦ୍ର ଦାସ, ସମ୍ପାଦକ ରାଜେଶ କୁମାର ପ୍ରଧାନ, ଅଶୋକ କୁମାର ସ୍ୱାଇଁ, ସୁଜାତା ଦାସ, ଦୁର୍ଗାମାଧବ ଦାସ, ତ୍ରିନାଥ ବେହେରା,ଓଷ୍ଟl ବ୍ଲକ ସମ୍ପାଦକ ଗୌରୀନନ୍ଦନ ହୋତ୍ତା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ବିଭୂତି ଭୂଷଣ ଜେନା, ବିଷ୍ଣୁ ନାରାୟଣ ପଣ୍ଡା ଓ ବାବୁଲା ବିଷୋୟୀ ମଞ୍ଚlସୀନ ହୋଇ ଆଗାମୀ ଦାବୀ ଦିବସ ଅଗଷ୍ଟ ୧୬ରେ ଜିଲ୍ଲାରୁ ବହୁସଂଖ୍ୟାରେ ଯୋଗ ଦେବାପାଇଁ କହିଥିଲେ । ଏଥିସହ ବିଭିନ୍ନ ଦାବୀ ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ସଭାକୁ ପ୍ରଫେସର କୃତ୍ତିବାସ ବିଶ୍ୱାଳ ପ୍ରଦୀପ ପ୍ରଜ୍ଜୁଳନ କରି ଶୁଭ ଉଦଘାଟନ କରିବା ପରେ ମୋନାଲିସା ସାବତ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଅବସର ନେଇଥିବା ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ତାରିଣୀ, ଲଷ୍ମୀଧର ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଅମର ବିଳାସ ବେହେରା ଓ ବାସନ୍ତୀ ପାଣିଗ୍ରାହୀଙ୍କୁ ଜିଲ୍ଳା ସଂଘ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା । ଆସନ୍ତା ଅଗଷ୍ଟ ୧୬ ଦାବି ଦିବସରେ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ଭୁବନେଶ୍ୱର ଶିକ୍ଷକ ସଂଘ ଧାରଣାରେ ଯୋଗଦେବା ପାଇଁ ନିଷ୍ପତ୍ତି କରାଯାଇଥିଲା । ଏହି ଅବସରରେ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଓଁ ଶାନ୍ତି ଭଉଣୀ ମlନେ ସମସ୍ତଙ୍କୁ ରାଖୀ ବନ୍ଧନ କରିଥିଲେ । ଏଥରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥ ପ୍ରସାଦ, ବୁଗୁଡ଼ା, ସୋରଡ଼ା ଓ ଆସ୍କା ର ଶିକ୍ଷକମାନେ ଯୋଗ ଦେଇଥିଲେ । ଶେଷରେ ସମ୍ପାଦକ ଗୌରୀନନ୍ଦନ ହୋତ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.