ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଶାଖାର ବନ୍ଧୁ ମିଳନ।

0 416

ପୋଲସରା,୨୧/୦୨(ପିପିଟି):ଓଡିଶା ସାମ୍ବାଦିକ ୟୁନିୟନ ଗଞ୍ଜାମ ଶାଖାର ସାଙ୍ଗଠନିକ ବୈଠକ ଓ ବନ୍ଧୁ ମିଳନ। ସାମ୍ବାଦିକ ଙ୍କପାଇଁ ପେନସନ ଦିଅ ନହେଲେ ଓଡିଶା ସାମ୍ବାଦିକ ୟୁନିୟନ ସାରା ରାଜ୍ୟ ରେ ଆନ୍ଦୋଳନ କରିବ ।
ଓୟୁଜେ ସହବନ୍ଧିତ ଗଂଜାମ ଜିଲ୍ଲା ଶାଖାର ସାଙ୍ଗଠନିକ ବୈଠକ ଛତ୍ରପୁର ନିକଟସ୍ଥ ତାମ୍ପରା ହ୍ରଦ ଅତିଥି ଭବନରେ ଆଜି ଜିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓୟୁଜେ ସଭାପତି ପ୍ରସନ୍ନ କୁମାର ମହାନ୍ତି ମୂଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କ ସମ୍ମାନ,ସୁରକ୍ଷା ଓ ପେନସନ ଦାବୀକୁ ଓୟୁଜେ ପ୍ରାଥମିକତା ଭାବେ ଗ୍ରହଣ କରିଥିବା କହିଛନ୍ତି ।ଅନ୍ୟ ରାଜ୍ୟରେ ସମ୍ବାଦିକଙ୍କ ସୁରକ୍ଷା ପାଇଁ ସରକାର ଆଇନ ଲାଗୁ କରିଥିବା ବେଳେ ପେନସନର ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ହେଲେ ଆମ ରାଜ୍ୟରେ ଏହାର ବ୍ୟତିକ୍ରମ ଘଟିଛି ବୋଲି ଶ୍ରୀ ମହାନ୍ତି କହିବା ସହ ଓୟୁଜେ ସବୁବେଳେ ସମ୍ବାଦିକଙ୍କ ସ୍ୱାର୍ଥ ପାଇଁ ଲଢେଇ କରିଆସିବା ସହ ସୁଝଦୁଃଖରେ ରହିଆସିଛି ବୋଲି କହିଥିଲେ । କୋଭିଡ ପରଠାରୁ ସମ୍ବାଦିକଙ୍କ ଉପରେ ସରକାର ବିଧାନସଭା କୁ ଯିବା ରେ ଲଗେଇଥିବା ରୋକ ଉଠେଇବା ପାଇଁ ସେ ଦାବୀ କରିଥିବାବେଲେ ସାମ୍ବାଦିକ ଙ୍କୁ ଆସନ୍ତା ନିର୍ବାଚନ ଭିତରେ ପେନସନ ଘୋଷଣା ନକଲେ ଓ ୟୁ ଜେ ସାରା ରାଜ୍ୟ ର ସବୁ ଜିଲ୍ଲା ରେ ଆନ୍ଦୋଳନ କରିବା ପାଇଁ ଆଜି ଏହି ବୈଠକ ରେ ନିଷ୍ପତ୍ତି ନେଇଛି। ପ୍ରଦୀପ ପ୍ରଜ୍ବଳନ ହୋଇ ବୈଠକ ଆରମ୍ଭ ହେବାପରେ କୋଭିଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ଓ ଓୟୁଜେ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟ ରେ ଦୁଇମିନଟନୀରବ ପ୍ରାର୍ଥନା କରି ସ୍ମୃତିଚାରଣ କରାଯାଇଥିଲା । ସଂଘର ସାଧାରଣ ସମ୍ପାଦକ ସଦାଶିବ ପଣ୍ଡା ସଂଘର ବିବରଣୀ ପଠନ ସହ ସଂଘକୁ ସୁଦୃଢ଼ କରିବାକୁ ସମସ୍ତ ଙ୍କ ସହଯୋଗ ର ଆବଶ୍ୟକତା ଉପରେ ପରାମର୍ଶ ଦେଇଥିଲେ । ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଘ ସମ୍ପାଦକ ପ୍ରସନ୍ନ ପାଇକରାୟ, ସୁଧାଂଶୁ ପାତ୍ର,ରାଜ୍ୟ ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଆଚାର୍ଯ୍ୟ ବିଶ୍ୱରଂଜନ, ପୂର୍ବତନ ରାଜ୍ୟସଂଘ ସମ୍ପାଦକ ରବୀନ୍ଦ୍ର ମିଶ୍ର,ପୂର୍ବତନ ଜିଲ୍ଲା ସଭାପତି ହରିହର ପାତ୍ର,ପୂର୍ବତନ ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ପଣ୍ଡା ଓ ଛତ୍ରପୁର ପ୍ରେସ କ୍ଲବ ର ଉପସଭାପତି ସନ୍ତୋଷ କୁମାର ମିଶ୍ର ପ୍ରମୂଖ ମଂଚାସୀନ ରହି ସଂଗଠନ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ । ଛତ୍ରପୁର ପ୍ରେସ କ୍ଲବ ସଭାପତି ରବୀନ୍ଦ୍ର ନାଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଗଞ୍ଜାମ ଜିଲ୍ଲାର ପୋଲସରା,ପୁରୁଷୋତ୍ତମପୁର, ହିଞ୍ଜିଳି,ଶେରଗଡ଼,ଚିକିଟି,ପାତ୍ରପୁର,ଛତ୍ରପୁର,ଗଞ୍ଜାମ,ବ୍ରହ୍ମପୁର,ରଙ୍ଗେଇଲୁଣ୍ଡା,ଗୋଲାନ୍ଥରା ଓ ବିଭିନ୍ନ ବ୍ଲକରୁ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ବୈଠକରେ ନୂତନ କର୍ମକର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡା,ହରିହର ପାତ୍ର ଓ ରବୀନ୍ଦ୍ର କୁମାର ମିଶ୍ର ଙ୍କୁ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିବା ବେଳେ ଯୁବ ସାମ୍ବାଦିକ ରାଜଗୋପାଳ ପାଢ଼ୀ ଓ ସନ୍ତୋଷ ମିଶ୍ରଙ୍କୁ ଜିଲ୍ଲା ସମ୍ପାଦକ ଭାବେ ମନୋନୀତ କରାଯାଇଛି ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.