ତିର୍ତ୍ତୋଲ,୧୧/୦୪(ପିପିଟି):ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ,ଓଡିଶା ସରକାରଙ୍କ ଦ୍ଵାରା ସାମୁହିକ ଶୁଭାରମ୍ଭ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂଆ ଏକକ କାର୍ଡ ବଣ୍ଟନ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖସ୍ଥ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । କଟରା ଓ ପଟିଲୋ ଗ୍ରାମପଞ୍ଚାୟତର ହିତାଧିକାରୀଙ୍କୁ କଟରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଆଶିଷ ପରିଡ଼ା, ମୁଖ୍ୟ ଅତିଥି ବ୍ଲକ ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ସମ୍ମାନିତ ଅତିଥି କଟରା ଗ୍ରାମପଞ୍ଚାୟତର ସରପଞ୍ଚ ସଂହିତା ବଳ, ଆୟୂଷ ଚିକିତ୍ସକ ସୁଶାନ୍ତ କୁମାର ମହାନ୍ତି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସ୍ନେହପ୍ରଭା ନାୟକ କାର୍ଡ ବଣ୍ଟନ କରିଥିଲେ । ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ଶତାବ୍ଦୀ ପ୍ରିୟଦର୍ଶିନୀ ଓ ମିହିର କୁମାର ସ୍ଵାଇଁ ମିଳିତ ଭାବେ ମଞ୍ଚ ପରିଚାଳନା କରିଥିଲେ ।
(ରିପୋର୍ଟ -ସୁକାନ୍ତ କୁମାର ମହାନ୍ତି ।)