ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ମହାଦୁର୍ନୀତି ପ୍ରତିବାଦରେ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ସହ ଦାବି ପତ୍ର ପ୍ରଦାନ ।

0 4,006

ବ୍ରହ୍ମପୁର,୧୦/୦୮(ପିପିଟି); ଓଡିଶା ଷ୍ଟାଫ୍ ସିଲେକ୍ସନ କମିଶନ୍ ମହାଦୁର୍ନୀତି ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଛାତ୍ର କଂଗ୍ରେସ କର୍ମକର୍ତ୍ତା ମାନେ ଛତ୍ରପୁର ବସଷ୍ଟାଣ୍ଡ ଠାରୁ ଏକ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ଏଥିରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରସ ସଭାପତି ଚିନ୍ମୟ କୁମାର ହୋତା , ଦେବାଶିଷ ମହାନ୍ତି , ମହେଶ କୁମାର ଗୌଡ଼ , ଶୁଭଙ୍କର ମାଳି , ରାକେଶ ଆଚାର୍ଯ୍ୟ , ସିମଞ୍ଚଳ ରାଉଳ , ସୋମନାଥ ପଣ୍ଡା , ହୃଷୀକେଶ ବେହେରା , ରୁଦ୍ର ମିଶ୍ର , ଜି. ଶ୍ରୀନିବାସ ରାଓ , ଦୀପକ ରାଉଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.