ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ।

0 230

ମାଲକାନଗିରି,୨୯/୧୦(ପିପିଟି) :ଗତ ୨୯.୧୦.୧୯୯୯ ମସିହା ମହାବାତ୍ୟା ରେ ଓଡିଶା ରେ ବହୁତ ଧନ ଜୀବନ ନଷ୍ଟ ହୋଇଥିଲା। ସେହି ମହାବାତ୍ୟାରେ ମଧ୍ୟ ୧୦୦୦୦ ଜୀବନ ହାନି ହୋଇଥିଲା । ସେହି ଅମୂଲ୍ୟ ଜୀବନକୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଓ ଆଗାମୀ ବିପର୍ଯ୍ୟୟ ପାଇଁ ନିଜକୁ ପ୍ରସ୍ତୁତି କରିବା ଉଦ୍ଦେଶ୍ୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପ୍ରତିବର୍ଷ ପାଳନ କରାଯାଇଅଛି ।
ପ୍ରତି ବର୍ଷ ପରି ଚଳିତ ବର୍ଷ ମାଲକାନଗିରି ଜିଲ୍ଲା ସଦରମହକୁମା,ସମସ୍ତ ପଞ୍ଚାୟତ ସମିତି, ପୌର ପରିଷଦ ଓ ବିଜ୍ଞାନପିତ ଅଞ୍ଚଳ ପରିଷଦରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ହୋଇଯାଇଛି। ଏହି ପାଳନ ଅବସରରେ ସର୍ବସାଧାରଣଙ୍କୁ ସଚେତନ କରାଇ ଆଗାମୀ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଓ ପ୍ରସ୍ତୁତିକୁ ସୁଦୃଢ କରିବା ପାଇଁ ପ୍ରୟାସ କରଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁସାରେ ଗତ ୨୮ ତାରିଖରେ ଜିଲ୍ଲା ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ତର୍କ ପ୍ରତିଯୋଗୀତା ଆୟୋଜନ ହୋଇଥିଲା। ପ୍ରତିଯୋଗୀତା ପାଇଁ ବିଷୟ ବସ୍ତୁ “ଆଗୁଆ ପଦକ୍ଷେପ ପାଇଁ ପ୍ରାକ ସତର୍କ ସୂଚନା” ରଖାଯାଇଥିଲା। ଆଜି ମହାବାତ୍ୟା ର ୨୫ ବର୍ଷ ପୂର୍ତ୍ତି ଅବସରରେ ସକାଳ ୭. ୩୦ ମିନିଟ ସମୟରେ ଏକ ଛୋଟ ଦୌଡ ପ୍ରତିଯୋଗୀତା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରୁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହା ପରେ ଏକ ଜିଲ୍ଲା ଆପଦା ମିତ୍ର ଓ ସ୍ଵେଚ୍ଛାସେବୀଙ୍କୁ ନେଇ ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରୁ ଜିଲ୍ଲାପରିଷଦ କାର୍ଯ୍ୟ ଳୟ ପର୍ଯ୍ୟନ୍ତ କରାଯାଇଥିଲା। ପରେ ପରେ ଏକ ମକ୍ ଡ୍ରିଲ ର ଆୟୋଜନ ମାଲକାନଗିରି ଅଗ୍ନିଶମ ଓ ଆପଦା ମିତ୍ର ସ୍ଵେଚ୍ଛାସେବୀ ମାନଙ୍କୁ ନେଇ କରଯାଇଥିଲା । ବିଭିନ୍ନ ଉପକରଣ ଗୁଡ଼ିକର ସୁପରିଚାଳନା ବିଷୟରେ ଅବଗତି କରାଇବା ସହ କେମିତି ତାହାର ବ୍ୟବହାର ବିପର୍ଯ୍ୟୟ ସମୟରେ ହୋଇପାରିବ ପ୍ରଦର୍ଶନ କରଯାଇଥିଲା । ଏହି କାର୍ଯ୍ଯକ୍ରମ ଅତିତିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଅଧ୍ୟକ୍ଷତାରେ ଅନ୍ୟାନ୍ଯ ପଦାଧିକାରୀ ସଂଜୀବ କୁଲୁ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ,ଜିଲ୍ଲା ରେଡକ୍ରସ ସଂସ୍ଥାର ସମ୍ପାଦକ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଏକ ଭିଡିଓ କନଫରେନ୍ସ ଜରିଆରେ ଅପରାହ୍ନ ୩. ୩୦ ମିନିଟ ସମୟରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପାଳନ କରଯାଇଥିଲା। ଜିଲ୍ଲାପାଳ ଆଶିଷ ଈଶ୍ଵର ପଟେଲ ଓ ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ଏଥିରେ ଯୋଗଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.