ଓଡିଶା ଅଭିଭାବକ ମହାସଂଘ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ପ୍ରସ୍ତୁତି ବୈଠକ ।

0 167

ଜଗତସିଂହପୁର,୧୯/୧୦(ପିପିଟି)ଓଡିଶା ଅଭିଭାବକ ମହାସଂଘ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ପ୍ରସ୍ତୁତି ବୈଠକ। ଆଜିର ବୈଠକ କୁଜଙ୍ଗ ବ୍ଲକର ଆବାହକ ଆଡଭୋକେଟ ହୃଷିକେଶ ନନ୍ଦଙ୍କ ଆହ୍ବାନ କ୍ରମେ ,ଓଡିଶା ଅଭିଭାବକ ମହାସଂଘର ଭାଇସ୍ ଚେୟାରମ୍ୟାନ ଡଃ ଧୃତିଧର ଦାସ, ଜଗତସିଂହପୁର ଜିଲ୍ଲା କମିଟିର ଅନ୍ୟତମ ସମ୍ମାନିୟ ସମ୍ପାଦକ ଶ୍ରୀଯୁକ୍ତ ନାଗରାଜ ଷଡଙ୍ଗୀ, ସଂଗଠନ ସମ୍ପାଦକ ବଳଭଦ୍ର ଦାସ୍, କୁଜଙ୍ଗ କମିଟିର ସଦସ୍ୟ ତ୍ରୀନାଥ କୁଅଁର, କୈଳାସ ଚନ୍ଦ୍ର ସ୍ୱାଇଁ, ଝରଣା ସ୍ୱାଇଁ, ବିଶ୍ବଜୀତ୍ ସାମନ୍ତରାୟ ଉପସ୍ଥିତ ରହି କିପରି ଗୁଣାତ୍ମକ ଶିକ୍ଷା ଓ ଛାତ୍ରଛାତ୍ରୀ ମାନଙ୍କ ଅଧିକାର ରକ୍ଷା ପାଇଁ କାର୍ଯ୍ୟ କରିହେବ ତାହା ଆଲୋଚନା ହୋଇଥିଲା। ଆସନ୍ତା ଦିନରେ ଛାତ୍ର ଛାତ୍ରୀ ମାନଙ୍କ ଅଧିକାର ରକ୍ଷା ଓ ଗୁଣାତ୍ମକ ଶିକ୍ଷା ପାଇଁ ଓଡିଶା ଅଭିଭାବକ ମହାସଂଘ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ।
(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.