ଓଡିଆ ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ।

0 261

କୋଦଳା,୧୧/୦୪(ପିପିଟି):ଶୁକ୍ରବାର କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଯୁବ ଲେଖକ ସମ୍ମିଳନୀ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଯୁବ ଲେଖକ ଲେଖିକା ମାନଙ୍କୁ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ଲେଖିବା ନିମନ୍ତେ ଉସ୍ଛାହିତ କରିଥିଲେ । ବରିଷ୍ଠ ଅଧ୍ୟାପିକା ତଥା ଓଡ଼ିଆ ପକ୍ଷ ପାଳନର ସଂଯୋଜିକା ରଞୁବାଳା ନନ୍ଦଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଉକ୍ତ ଦିବସରେ ୩୦ ଜଣ ଯୁବ ଲେଖକ ଓ ଲେଖିକା ନିଜସ୍ୱ ଗଳ୍ପ, କବିତା, ପ୍ରବନ୍ଧ ଇତ୍ୟାଦି ଲେଖିଥଲେ । ସେମାନଙ୍କ ମଧ୍ୟରୁ ୧୫ ଜଣ କୃତି ଲେଖକ ଲେଖିକାଙ୍କୁ ସ୍ଥାନୀୟ ବିଜ୍ଞାପିତ ଅଂଚଳ ପରିଷଦରେ ଅନୁଷ୍ଠିତ ହେଉଥିବା ଯୁବ ଲେଖକ ସମ୍ମିଳନୀରେ ଯୋଗଦାନ ନିମନ୍ତେ ନାମ ସୁପାରିଶ କରାଗଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା,ସପନ କୁମାର ଦାଶ, ରତ୍ନାକର ପ୍ରଧାନ,ଭବାନୀ ଶଙ୍କର ଆଚାର୍ଯ୍ୟ, ଅଧ୍ୟାପିକା ଜ୍ୟୋସ୍ନାରାଣୀ ସାହୁ, ତପସ୍ୱିନୀ କରଣ, ଅପରାଜିତା ପାତ୍ର, ପ୍ରିୟଦର୍ଶନୀ ସାହୁ ଆଦି ସହଯୋଗ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.