ଓଡିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା ଦିବସ ପାଳିତ।

0 278

କୋଦଳା,୦୯/୦୪(ପିପିଟି): କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରଘୁନାଥ ମୁଦୁଲି ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଆମ୍ଭ ଜୀବନରେ ପୁସ୍ତକର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ଅଧ୍ୟାପିକା ତଥା ଓଡ଼ିଆ ପକ୍ଷ ସଂଯୋଜିକା ରଞୁବାଳା ନନ୍ଦ ପୁସ୍ତକର ଉପାଦେୟତା ବିଷୟରେ ଅବଗତ କରାଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିନୋଦ କୁମାର ମିଶ୍ର, ସପନ କୁମାର ଦାଶ, ପ୍ରଦୀପ କୁମାର ପଣ୍ଡା, ରତ୍ନାକର ପ୍ରଧାନ ଆଦି ଯୋଗଦେଇ ଓଡିଶା ସରକାରଙ୍କ ଏହି ମହତ୍ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ମାନଙ୍କ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ଲବ୍ଧ ପୁସ୍ତକମାନ ବଣ୍ଟନ କରାଯାଇଥିଲା । ପରିଶେଷରେ ଅଧ୍ୟାପିକା ପ୍ରିୟଦର୍ଶନୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.