ଓଡିଆ ପକ୍ଷ ଅବସରରେ ଜରାଶ୍ରମରେ ଶୁଖିଲା ଖାଦ୍ୟ ଓ ମିଷ୍ଟାନ୍ନ ବଣ୍ଟନ।

0 210

ବୋଲଗଡ଼,୦୫/୦୪(ପିପିଟି): ୧୮୧୭ ଭାରତରେ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା କାଳିଆଭୁଇମୁଳ ସ୍ମୃତି ପରିଷଦ ବାଙ୍କୋଇ ଏବଂ ଷ୍ଟାପ ସତ୍ ସେବାସଂଘ ସାଗରଗୁଆଁ, ବୋଲଗଡ଼,ଖୋର୍ଦ୍ଧା ତରଫରୁ ପରିଷଦର କାର୍ଯ୍ୟକାରୀ ସଭାପତି ଡଃ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ଵାରା ସାଗରଗୁଆଁ ଅଲ୍ଟ୍ରାଦ୍ୱାରା ପରିଚାଳିତ ଜରାନିବାସ ଓ ହାଟବସ୍ତ ତଥା ବରିଷ୍ଠ ନାଗରିକ ନିବାସ, ସାଗରଗୁଆଁ ଅନ୍ତେବାସୀଙ୍କ ଗହଣରେ ଓଡ଼ିଆ ପକ୍ଷ ଅବସରରେ ବରିଷ୍ଠ ଅନ୍ତେବାସୀ ଙ୍କୁ ଅର୍ଚ୍ଚନା ବନ୍ଦନା କରାଯାଇ ସମସ୍ତ ଅନ୍ତେବାସୀ ମାନଙ୍କୁ ଶୁଖିଲା ଖାଦ୍ୟ, ମିଷ୍ଟାନ୍ନ ଓ ବିସ୍କୁଟ ବଣ୍ଟନ କରାଯାଇଥିଲା। ଏବଂ ପରେ ଅଲ୍ଟ୍ରା ରେ ଥିବା ମୂକ, ବଧିର, ତଥା ମାନସିକ ଅନଗ୍ରସର ପିଲା ମାନଙ୍କୁ ବିସ୍କୁଟ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ପରିଶେଷରେ ଡଃ.କୃଷ୍ନ ଚନ୍ଦ୍ର ପଟ୍ଟନାୟକ ନିଜର ସୁଲଳିତ କଣ୍ଠରେ ସମସ୍ତଙ୍କୁ ଗୁରୁବନ୍ଦନା କଥା ଶୁଣାଇଥିଲେ। ଅନ୍ତେବାସୀ ମାନେ ଆନନ୍ଦରେ ହୁଳହୁଳି, ହରିବୋଲ ଦେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିକରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.