ବେଲଗୁଣ୍ଠା,୨୫/୦୩(ପିପିଟି); ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ନାମ ଲେଖାଇବା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ଫଳ ଗତ ମଙ୍ଗଳ ବାର ଦିନ ପ୍ରକାଶ ପାଇଥିବା ବେଳେ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ଛାତ୍ରୀ ପ୍ରିୟଙ୍କା ସାହୁ ଉତ୍ତୀର୍ଣ୍ଣ ହୋଇ ବେଲଗୁଣ୍ଠା ବ୍ଲକ ପ୍ରତାପ ଲ୍ଲକ୍ଷ୍କଣ ପୁର ଶାସନ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଯୋଗ୍ୟତା ହାସଲ କରିଥିବାରୁ ଛାତ୍ରୀ ପ୍ରିୟଙ୍କା ନିଜର ସଫଳତା ପାଇଁ ନିଜ ବାପା ସୁଶାନ୍ତ କୁମାର ସାହୁ ମାତା କୁନି ସାହୁ ଏବଂ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ତଥା ସମସ୍ତ ଗୁରୁଜୀ ଓ ଗୁରୁମା ମାନଙ୍କ ଆଶୀର୍ବାଦ ବୋଲି ମତ ପ୍ରକାଶ କରିଛନ୍ତି।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )