ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ରାଜ୍ୟର ବିକାଶ ହେବ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ।

0 72

ସୁବର୍ଣ୍ଣପୁର ,୧୬/୦୫(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଉଲୁଣ୍ଡା କଲେଜ ପଡ଼ିଆରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ରାଜ୍ୟର ବିକାଶ ହେବ ବୋଲି କହିବା ସହ ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ ଆହ୍ୱାନ ଦେଇଛନ୍ତି ।ଏକ ବିକଶିତ ଭାରତ ସହ ବିକଶିତ ଓଡ଼ିଶା ପାଇଁ ଉଭୟ ଲୋକସଭା ଏବଂ ବିଧାନସଭା ପାଇଁ ଦୁଇଟି ଭୋଟ ପଦ୍ମଫୁଲରେ ଦେବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୋଟରଙ୍କୁ ଅନୁରୋଧ କରିଛନ୍ତି। ବଲାଙ୍ଗୀର ସଂସଦୀୟ କ୍ଷେତ୍ରର ବିଜେପି ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନୀ ସମାବେଶରେ ବିଜେଡି ସରକାରର ଦୁର୍ନୀତି, ଭ୍ରଷ୍ଟାଚାର ଉପରେ ଟିପ୍ପଣୀ ଦେବା ସହ ଓଡ଼ିଶାର ବିକାଶ ଲାଗି ବିଜେପିର ଡବଲ ଇଞ୍ଜିନ ସରକାର ଦରକାର ବୋଲି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାୟ ଉଦବୋଧନ ଦେଇଥିଲେ। ବିଶେଷକରି ଧାନର ସହାୟକ ମୂଲ୍ୟବୃଦ୍ଧି ସହିତ ୩୧୦୦ ଟଙ୍କା ହେବ। ଏହା ମୋଦୀଙ୍କ ଗେରେଣ୍ଟି ବୋଲି କହିଥିଲେ। ବିଜୟ ସଂକଳ୍ପ ସମାବେଶରେ ରାୟପୁର ବିଧାୟକ ପୁରନ୍ଦର ମିଶ୍ର ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ଓଡିଆ କହି ପାରିନାହାନ୍ତି, ମୁଁ ଛତିଶଗଡ଼ର ହୋଇ ମଧ୍ୟ ଓଡ଼ିଆ କହି ପାରୁଛି ବୋଲି ତାଙ୍କ ଭାଷଣ ଓଡ଼ିଆରେ ରଖିଥିଲେ। ବଲାଙ୍ଗୀର ଲୋକସଭାର ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ, ବୀରମହାରାଜପୁର ବିଧାନସଭାର ବିଜେପି ବିଧାୟକ ପ୍ରାର୍ଥୀ ରଘୁନାଥ ଜଗଦଳା ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପାଇଁ ବିଜେପି ଦଳର ପଦ୍ମଫୁଲ ଚିହ୍ନରେ ଭୋଟ ଦେବାକୁ ଭୋଟ ଭିକ୍ଷା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମହାକୁଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ଅଶୋକ କୁମାର ପୃଷ୍ଟି, ବରିଷ୍ଠ ବିଜେପି ନେତା ଆନନ୍ଦ ବାରିକ, ବିନିକା ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ଉସତ୍ କୁମାର କର,ବୀରମହାରାଜପୁର ବ୍ଳକ ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ, ବଲାଙ୍ଗୀର ଲୋକସଭା କ୍ଷେତ୍ର ପ୍ରଭାରି ମହେନ୍ଦ୍ର ପଣ୍ଡା, ଜିଲ୍ଲା ଓବିସି ସେଲର ସଭାପତି ବରିଷ୍ଠ ଆଇନଜୀବି ରାଧାକାନ୍ତ ମହାକୁଡ଼, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ବରିଷ୍ଠ ବିଜେପି ନେତା ବିଶ୍ବମ୍ବର ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ମହାମନ୍ତ୍ରୀ ବେଣୁଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.