ସୁବର୍ଣ୍ଣପୁର ,୦୫/୦୪(ପିପିଟି):ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ଠାରୁ ଏକ “ଓଡ଼ିଆ ଭାଷାରେ ନାମଫଳକ ଲେଖା ଅଭିଯାନ -ସଚେତନତା ପଦଯାତ୍ରା ” ଆରମ୍ଭ ହୋଇ ସୋନପୁର ପୌରାଞ୍ଚଳ ପରିଭ୍ରମଣ କରି ପୌରପରିଷଦ କାର୍ଯ୍ୟାଳୟ, ସୋନପୁରଠାରେ ଶେଷ ହୋଇଥିଲା । ଉକ୍ତ ସଚେତନତା ପଦଯାତ୍ରାକୁ ଉଭୟ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ରାଜେନ୍ଦ୍ର ମାଝୀ ଏବଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାଗୀୟ ଶ୍ରମ ଆଯୁକ୍ତ ଦିଲେଶ୍ୱର ଖାଖା, ଜିଲ୍ଲା ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧୁରୁଆ,ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସୁବର୍ଣ୍ଣପୁର, କାର୍ଯ୍ୟ ନିର୍ବାହୀ, ଅଧିକାରୀ, ପୌରପରିଷଦ ଋଷି ମାଝୀ,ସୋନପୁର, ସହକାରୀ ଶ୍ରମ ଅଧିକାରୀ କେଦାର ସିଂ ବରିହା, ସୋନପୁର, ସହ ଶ୍ରମ ଅଧିକାରୀ ଚିନ୍ମୟ ମେହେର, ବିନିକା, ସହକାରୀ ଶ୍ରମ ଅଧିକାରୀ ସୌମ୍ୟରଞ୍ଜନ ସାହୁ, ଡୁଙ୍ଗୁରିପାଲି, ସହକାରୀ ଶ୍ରମ ଅଧିକାରୀ ସପ୍ରତିଭ ପ୍ରଧାନ ,ତରଭା, ସହକାରୀ ଶ୍ରମ ଅଧିକାରୀ ଲିପକ୍ ରାଜ ନାଏକ, ସୁବର୍ଣ୍ଣପୁର ଜିଲ୍ଲା ବ୍ୟବସାୟୀ ସଂଘ, ସଭାପତି, ମାରୱାଡି ଯୁବ ମଞ୍ଚ ସୋନପୁର, ସଭାପତି ସୁବର୍ଣ୍ଣପୁର ଜିଲ୍ଲା ହୋଟେଲ ମାଲିକ ସଂଘ, ସୁବର୍ଣ୍ଣପୁର, ସଭାପତି, ସୁବର୍ଣ୍ଣପୁର ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ, ସୁବର୍ଣ୍ଣପୁର, ସଭାପତି, ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତି, ସୋନପୁର, ତଥା ଅନ୍ୟାନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟାକ୍ରମରେ ବିଭିନ୍ନ ବିଭାଗ, ପ୍ରତିଷ୍ଠାନ, ସ୍ବେଚ୍ଚାସେବୀ ସଂଗଠନର ବ୍ୟକ୍ତି ବିଶେଷ ମଧ୍ୟ ଯୋଗଦାନ କରି ସାଫଲ୍ୟ ମଣ୍ଡିତ କରିଥିଲେ ।
Prev Post