ମାଲକାନଗିରି, ୨୭/୦୯(ପିପିଟି):ଆଜି ମାଲକାନାଗିରି ଜିଲ୍ଲାରେ ଓଟିଇଟି ପରୀକ୍ଷା ଆୟୋଜନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ କଟକଙ୍କ କାର୍ଯ୍ୟ ସୂଚୀ କ୍ରମେ ମାଲକାନାଗିରି ଜିଲ୍ଲାରେ ୫ ଗୋଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯାଇଛି । ଏହି ୫ ଟି କେନ୍ଦ୍ରରେ ସମସ୍ତ ବ୍ଲକ୍ ର ୧୪୪୯ ଜଣ ଶିକ୍ଷକ ଶିକ୍ଷୟତ୍ରୀମାନେ ପରୀକ୍ଷା ଦେଇଥିଲେ। ସୂଚନା ଯୋଗ୍ୟ ଏହି ପରୀକ୍ଷା ନିମନ୍ତେ ୧୫୧୯ ଜଣ ଆବେଦନ କରିଥିବା ବେଳେ ୭୦ ଜଣ ଆବେଦନକାରୀ ଅନୁପସ୍ଥିତ ଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ପର୍ଯ୍ୟବେକ୍ଷକ ନିୟୋଜିତ କରା ଯାଇଥିଲା।ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପରୀକ୍ଷା ସଫଳତା ର ସହିତ ଆୟୋଜନ ହୋଇଥିଲା ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)