ଓଏଏସ୍‍ ପାଇଲେ ନୀଳଗିରିର ସୌରଭ ।

0 206

ନୀଳଗିରି,୨୧/୧୦: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ପୁନ୍ଦାଳ ଗାଁର ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ରଣଜିତ ଏବଂ ସର୍ବଣୀ ରଣଜିତଙ୍କ ପୁଅ ସୌରଭ(୩୪) ସିଭିଲ ସର୍ଭିସ ପରୀକ୍ଷାରେ ରାଜ୍ୟରେ ୮୬ର‌୍ୟାଙ୍କରେ ରହି କୃତକାର୍ଯ୍ୟ ହୋଇଛନ୍ତି । ସ୍ଥାନୀୟ ପୁନ୍ଦାଳ ହାଇସ୍କୁଲରୁ ସେ ଉତ୍ତୀର୍ଣ୍ଣ ହେବା ପରେ ଫକୀରମୋହନ ସ୍ୱୟଂଶାସିତ କଲେଜ, ପରେ ସେ ଦିଲ୍ଲୀସ୍ଥିତ ଜେଏନ୍‍ୟୁରେ ରାଜନୀତି ବିଜ୍ଞାନରେ ପିଜି କରିଥିଲେ । ଦୀର୍ଘ ୧୦ବର୍ଷ ହେବ ଅର୍ଥାତ ୨୦୧୪ରୁ ସେ ସିଭିଲ ସର୍ଭିସ ପାଇଁ କୋଚିଂ ନେଉଥିଲେ ଏବଂ ଭୁବନେଶ୍ୱରରେ ରହି ପିଲାଙ୍କୁ ମଧ୍ୟ କୋଚିଂ ଦେଉଥିଲେ । ଏଥିପାଇଁ ତାଙ୍କ ବାପା,ମାଆ ଏବଂ ସ୍ତ୍ରୀ ତଥା ଫକୀରମୋହନ ମେଡିକାଲ କଲେଜର ନର୍ସିଂ ଅଫିସର ସ୍ୱସ୍ତିପ୍ରିୟା ବାରିକ ମଧ୍ୟ ତାଙ୍କୁ ପ୍ରେରଣା ଯୋଗାଇ ଆସିଛନ୍ତି ବୋଲି ସୌରଭ କହିଛନ୍ତି । ଆଗାମୀ ଦିନରେ ସେ ସଦାସର୍ବଦା ଲୋକଙ୍କ ସେବାରେ ହିଁ ନିଜକୁ ଉତ୍ସର୍ଗ କରିବେ ବୋଲି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.