କୋଦଳା,୧୬/୦୮(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ଏସ . ଛଚିନା ଠାରେ ନନ୍ଦ ମହୋତ୍ସବ ନିମନ୍ତେ ଶୁକ୍ରବାର ଦିନ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାଇ ଶନିବାର ଦିନ ନନ୍ଦ ମହୋତ୍ସବ ପାଳନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ରବିବାର ଦିନ କାର୍ଯ୍ୟକ୍ରମ ଶେଷ ହେବ । ଷୋହଳଖଣ୍ଡ ଗୋପାଳ ସମାଜ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏଥିରେ ଗୋପାଳ ସମାଜ ସଭାପତି ଶରତ ଚନ୍ଦ୍ର ଗୌଡ,ଉପ ସଭାପତି ବିଦୁର ଗୌଡ, ସଂପାଦକ ବସନ୍ତ କୁମାର ଗୌଡ,ସହ ସଂପାଦକ ଭଗବାନ ଗୌଡ଼,କୋଷାଧ୍ୟକ୍ଷ ସୁରେନ୍ଦ୍ର ନାଥ ଗୌଡ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି । ଏଥିରେ ଗୋପାଳ ସମାଜର ବହୁ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ଥିଲେ । ଏ ନେଇ ଏସ . ଛଚିନା ଗୁପ୍ତେଶ୍ୱର ପିଠ ଉତ୍ସବ ମୁଖର ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ରିପୋର୍ଟ୍ – ସୂର୍ଯ୍ୟନାରାୟଣ ବଡୁ