ଏସ ଆରକେ ଏନ ୟୁ ବି. କେନ୍ଦୁବାଡ଼ିରେ ବାର୍ଷିକ କ୍ରୀଡା – ୨୦୨୫।

0 22

ପୋଲସରା ,୧୯/୧୨ (ପିପିଟି):ପୋଲସରା ବ୍ଲକ୍ କେନ୍ଦୁବାଡ଼ି ଗ୍ରାମ ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟରେ ତିନି.ଦିବସୀୟ ବାର୍ଷିକ କ୍ରୀଡା-୨୦୨୫ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଜ୍ଞାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ବରିଷ୍ଠ ହିନ୍ଦି ବିଭାଗ ଶିକ୍ଷକ ହେମନ୍ତ କୁମାର ନାୟକଙ୍କ ନେତୃତ୍ୱରେ କ୍ରୀଡାର ବିଭିନ୍ନ ବିଭାଗରେ ଛାତ୍ର ଛାତ୍ରୀମାନେ ଭାଗନେଇ ନିଜ ନିଜର ଶାରୀରିକ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଅନୁଷ୍ଠାନର କ୍ରୀଡା ଶିକ୍ଷକ ବଳରାମ ମହାରଣା ଉପସ୍ଥିତ ରହି ପରିଚାଳନା କରିଥିଲେ। ଏଥିରେ ପୂର୍ବତନ ସରପଞ୍ଚ ତଥା ଶିକ୍ଷାବିତ୍ ବିଜୟ କୁମାର ସ୍ବାଇଁ ଅତିଥିଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ସ୍ଥାନୀୟ କେନ୍ଦୁବାଡ଼ି ଗ୍ରାମର ଆରାଧ୍ୟ ଦେବାଦେବୀ ଶ୍ରୀ ରାଧାକୃଷ୍ଣଙ୍କ ମନ୍ଦିରରେ ବିଧିବଧ ଭାବେ ପୂଜାପାଠ କରାଯାଇ ଅତିଥି ମହୋଦୟଙ୍କ କରକମଳରୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଉଦଘାଟକ ଏଵଂ ଉକ୍ତ ବିଜ୍ଞାନ ବିଭାଗ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ କ୍ରୀଡାର ଆବଶ୍ୟକତା ଏବଂ ଦୈନନ୍ଦିନ ଜୀବନ ଏବଂ ଭବିଷ୍ୟ ଉଜ୍ଵଳ ସକାଶେ ଶରୀର ସୁସ୍ଥ ରଖିବା ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିବାସହ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କ ସଫଳତା କାମନା କରିଥିଲେ। କାର୍ଯ୍ୟକ୍ରମରେ ସଚେତନତା ସ୍ୱରୂପ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ମଶାଲ ଶୋଭାଯାତ୍ରା କରାଯାଇଥିଲା। ପରେ ଶିଶୁବାଟିକା ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବଜୁନିୟର, ଜୁନିୟର ଏବଂ ସିନିୟର୍ ଏଭଳି ତିନିଗୋଟି ବିଭାଗରେ ବିଭକ୍ତ ହୋଇ ଦୌଡ,ଉଚ୍ଚଡିଆଁ, ଲମ୍ୱଡିଆଁ,ଖୋଖୋ,କବାଡି, ସର୍ଟଫୁଟ୍ ଥ୍ରୋ,ମ୍ୟୁଜିକ ଚେୟାର,ସଙ୍ଗୀତ,ପ୍ରବନ୍ଧ,ଚିତ୍ରାଙ୍କନ, ଏକକ ଅଭିନୟ ଓ ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷ ତୃତୀୟ ଦିବସରେ ପ୍ରଧାନ ଶିକ୍ଷକ ଆଗାମୀ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବାକୁ ଯୋଗ୍ୟ ବିବେଚିତ ହୋଇଥିବା କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ଶୁଭାଷିର୍ବାଦ ପ୍ରଦାନ କରିବା ସହିତ ଉପସ୍ଥିତ ରହି ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.