ପୋଲସରା,୧୫/୦୮ (ପିପିଟି) :ପୋଲସରା ବ୍ଲକ୍ କେନ୍ଦୁବାଡି ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ୭୯ତମ ସ୍ଵାଧୀନତା ଦିବସ ଏଵଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର କାର୍ଯ୍ୟରତ ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ତଥା ହିନ୍ଦୀ ଶିକ୍ଷକ ହେମନ୍ତ କୁମାର ନାୟକଙ୍କ ସମେତ ପ୍ରଧାନ ଶିକ୍ଷକ,ଶିକ୍ଷୟତ୍ରୀ,ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରିମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ରାଷ୍ଟ୍ରୀୟ ମମତା ଜାଗୃତ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପଥପ୍ରାନ୍ତ ନୃତ୍ୟ, ଦେଶାତ୍ମକ ସଙ୍ଗୀତ ଗାନ,ଜାତୀୟ ସଙ୍ଗୀତ ଗାନ, ସ୍ଲୋଗାନ ଗାନ କରାଯାଇଥିଲା। ଜନ ସଚେତନ କରିବା ପାଇଁ ଗ୍ରାମ୍ୟ ଭ୍ରମଣ କରାଯାଇଥିଲା। ପ୍ରକୃତିବନ୍ଧୁ ପୁରସ୍କାର ପ୍ରାପ୍ତ ହିନ୍ଦୀ ଶିକ୍ଷକ ହେମନ୍ତ କୁମାର ନାୟକ ଓ ଇକୋକ୍ଲବର ସମସ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବୃକ୍ଷରୋପଣ କରାଯାଇଥିଲା।୨୦୨୪-୨୫ ଶିକ୍ଷାବର୍ଷର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ବିଦ୍ୟାଳୟର ସର୍ବାଧିକ ମାର୍କ ରଖିଥିବା ଛାତ୍ର ଡମ୍ବରୁଧର ବିଷୋୟୀଙ୍କୁ “ବିଜୟ କୁମାର ସ୍କୋଲାର” ପୁରସ୍କାର ପ୍ରଦାନ କରାଯାଇଥିଲା।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା