ଏସଆରକେ.ଏନ୍.ୟୁ.ବି. କେନ୍ଦୁବାଡ଼ି ପକ୍ଷରୁ ହିନ୍ଦୀ ଦିବସ ପାଳନ।

0 181

ପୋଲସରା,୨୦/୦୯ (ପିପିଟି) : ପୋଲସରା ବ୍ଲକ୍ କେନ୍ଦୁବାଡ଼ି ପଞ୍ଚାୟତ ସ୍ଥିତ ଶ୍ରୀ ରାଧାକୃଷ୍ଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ରାଷ୍ଟଭାଷା ହିନ୍ଦୀ ଦିବସ ପାଳନ କରାଯାଇଛି। ପ୍ରଧାନ ଶିକ୍ଷକ ବିପିନ ବିହାରୀ ସାହୁଙ୍କ ଅଧ୍ୟକ୍ଷତାରେ ଏହି ଦିବସ ପାଳିତ ହୋଇଥିଲା। “ପ୍ରକୃତି ବନ୍ଧୁ ପୁରସ୍କାରପ୍ରାପ୍ତ” ଏଵଂ “ନେଶନ୍ ବିଲଡର୍ ଆୱାର୍ଡ଼”ରେ ସମ୍ମାନୀତ ହିନ୍ଦୀ ଶିକ୍ଷକ ହେମନ୍ତ କୁମାର ନାୟକଙ୍କ ଆନ୍ତରିକ ଉଦ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନିକଟସ୍ଥ ବୁଗୁଡ଼ା ବ୍ଲକ୍ ଜୀବନ ବୀମା ନିଗମ ଶାଖା ପରିଚାଳକ ସନ୍ତୋଷ କୁମାର ଜେନା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଶିଷ୍ଠ ଶିକ୍ଷାବିତ୍ ତଥା ପୂର୍ବତନ ସରପଞ୍ଚ ବିଜୟ କୁମାର ଭୂୟାଁ ଯୋଗଦେଇଥିଲେ। ଏହି ଅବସରରେ ଅତିଥିବୃନ୍ଦଙ୍କ ସମେତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସାହୁ,ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବେହେରା,ଶିକ୍ଷୟତ୍ରୀ ହରପ୍ରିୟା ଦଳାଇ ଓ ସୁପ୍ରିୟା ପ୍ରଧାନ ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦୈନନ୍ଦିନ ଜୀବନରେ ଦେଶର ରାଷ୍ଟ୍ରୀୟ ଭାଷାରୁପେ ପରିଚିତ ହିନ୍ଦୀ ଭାଷାର ଆବଶ୍ୟକତା,ହିନ୍ଦୀ ଦିବସ ପାଳନର ମହତ୍ତ୍ଵ ଓ ଭୂମିକା,ଏହି ଭାଷାର ଆବଶ୍ୟକ ପ୍ରଚାର ପ୍ରସାର ସହିତ ବିଶ୍ୱରେ ଭାରତକୁ ଏକ ବିକଶିତ ରାଷ୍ଟ୍ର ଗଠନ କରିବା ପାଇଁ ଏହି ଭାଷା ଏକ ପ୍ରମୁଖ ଅସ୍ତ୍ର ଅଟେ ବୋଲି ଭାବିନେଇ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହାର କରିବାକୁ ପଡ଼ିବ ବୋଲି ମତ ପ୍ରକାଶ କରିଥିଲେ। ପରେ ଏହି ସମ୍ମାନ ଏଵଂ ଗର୍ବ ଓ ଗୌରବର ଭାଷା ଉପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୁନ୍ଦର ହସ୍ତାକ୍ଷର,ବକୃତା,ପ୍ରବନ୍ଧ ଓ କବିତା ଲିଖନକୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାର କୃତିତ୍ୱ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିବୃନ୍ଦଙ୍କ କରକମଳରୁ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ଉତ୍ସାହିତ କରିବାସହିତ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.