ଏଲ.ଏନ.ଡିଗ୍ରୀ କଲେଜରେ ଷ୍ଟାର୍ଟଅପ କାର୍ଯ୍ୟକ୍ରମ ଉଦଘାଟିତ।

0 165

କୋଦଳା,୩୦/୦୬(ପିପିଟି): ସୋମବାର ଦିବା ୧୧.୦୦ ଘଣ୍ଟ ସମୟରେ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଷ୍ଟାର୍ଟଅପ କାର୍ଯ୍ୟକ୍ରମର ଉଦଘାଟନ କରାଯାଇଛି । କାର୍ଯ୍ୟକ୍ରମ ସଂଯୋଜିକା ରଂଜୁବାଳା ନନ୍ଦ ଉକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଶିକ୍ଷା ଅଧିକାରୀ ବିନୋଦ କୁମାର ମିଶ୍ର ଉକ୍ତ କାର୍ଯ୍ୟକ୍ରମର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ। ଅନ୍ତର୍ନିହିତ ଗୁଣାବଳୀ ଵର୍ଦ୍ଧକ ସଂଯୋଜକ ସପନ କୁମାର ଦାଶଙ୍କ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ରୂପେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, କୋଦଳା ଶାଖା ପରିଚାଳିକା ଲୋରୀ ମହାପାତ୍ର ଏବଂ କ୍ଷେତ୍ର ଅଧିକାରୀ ଦେବାଶିଷ ତ୍ରିପାଠୀ ଯୋଗଦେଇ ଷ୍ଟାର୍ଟଅପ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେ ସମ୍ପର୍କରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ରଘୁନାଥ ମୁଦୁଲି ଷ୍ଟାର୍ଟଅପ ମାଧ୍ୟମରେ କିପରି ଛାତ୍ର ଜୀବନ ଉନ୍ନତ ହୋଇପାରିବ ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଯୋଗଦାନ କରିଥିଲେ। ପରିଶେଷରେ ଗଣିତ ବିଭାଗୀୟ ଅଧ୍ୟାପିକା ପ୍ରିୟଦର୍ଶନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.