ଏଫ୍ ଏମ୍ କଲେଜ ଛାତ୍ରୀଙ୍କୁ ନ୍ଯାୟ ଦାବିରେ, ଆରଡିସି ଅଫିସ ଘେରାଉ ନେଇ ପ୍ରସ୍ତୁତି ବୈଠକ।

0 190

ପୋଲସରା,୨୦/୦୭ (ପିପିଟି): କିଛିଦିନ ପୂର୍ବେ ଓଡିଶାରେ ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀଙ୍କ ଆତ୍ମଦାହ ସାରା ରାଜ୍ୟବାସୀଙ୍କୁ ମର୍ମାହତ କରି ଦେଇଥିବା ବେଳେ ବିଭିନ୍ନ ରାଜ୍ୟନୈତିକ ଦଳ ଓ ସଙ୍ଗଠନ ରାଜରାସ୍ତାକୁ ଓହ୍ଲାଇ ଥିବା ବେଳେ, ସେହି ଘଟଣା ଥମି ନଥିବା ସମୟରେ ପୁଣି ସମ୍ବଲପୁର ଜିଏମ୍ ମହାବିଦ୍ୟାଳୟ ଘଟଣା ଓ ନିମାପଡ଼ାର ବଳାଙ୍ଗ ଠାରେ ଯୁବକମାନଙ୍କ ଦ୍ବାରା ଜଣେ ଛାତ୍ରୀଙ୍କୁ ଗତକାଲି କିରୋସିନ ଢାଳି ନିଆଁ ଲଗାଇ ପୋଡ଼ିଦେଇଥିବା ଘଟଣା ନିଆଁରେ ଘିଅ ଢାଳିବା ସଦୃଶ୍ୟ ହୋଇଛି। ରାତି ପାଇଲେ ଏହିପରି ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିବା ଯୋଗୁଁ ରାଜ୍ୟରେ ଆଇନ ବ୍ୟବସ୍ଥା ଭୁଶୁଡି ଯାଇଛି । ଏହାକୁ ନେଇ ବିଜେଡି ର ନିର୍ଦ୍ଦେଶକ୍ରମେ ଜୁଲାଇ ୨୧ ତାରିଖ ଦିନ ଆରଡିସି ଅଫିସ ଘେରାଉ ପାଇଁ ପୋଲସରା ସହରର ଲୁଣିଘାଟି ପଡିଆ ପେଟ୍ରୋଲ ପମ୍ପ ନିକଟସ୍ଥ ବିଜୁ ଜନତା ଦଳ କାର୍ଯ୍ଯାଳୟରେ ଏକ ପ୍ରସ୍ତୁତି ବୈଠକ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଆବାହକତ୍ୱରେ ଜୁଲାଇ ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଆରଡିସି ଅଫିସ ଘେରାଉ ନେଇ ପୋଲସରା ଓ ବୁଗୁଡ଼ା ବ୍ଲକ ଓ ଏନଏସି ର ବିଜେଡି କର୍ମୀ ମାନେ ଏକତ୍ରିତ ହୋଇ ଏହି ବୈଠକରେ ସାମିଲ ହୋଇ ଆଲୋଚନା ଅଂଶ ଗ୍ରହଣ କାରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ରାଜ୍ୟରେ ବିଜେପି ସରକାର ଗଠନ ଠାରୁ ନାରୀ ନିର୍ଯାତନା, ବଳାତ୍କାର, ଦୁର୍ନୀତି , ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ବୋଲି ପ୍ରକାଶ କରିଥିଲେ । ଏହା ସହିତ ବ୍ଳକ ଅଧ୍ୟକ୍ଷା କଳ୍ପନା ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା,ଏନ୍ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ, ବିକ୍ରମ ନାୟକ ଓ ଝୁନୁ ଦାସ, ପୋଲସରା ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ବିଜୟ ଭୂୟାଁ, ଦୀପିକା ବାରିକ, ଗୋପାଳ ସାହାଣୀ, ସୁଧାଂଶୁ ଶେଖର ପାଢ଼ୀ, ଟୁକୁନା ସ୍ବାଇଁ, ବୁଗୁଡା ବ୍ଲକ ସଭାପତି ଖଦାଳ ଖଟେଇ, କେ. ତ୍ରିଲୋଚନ ଦୋରା, ଜିତେନ୍ଦ୍ର ନାୟକ, କବିରାଜ ଗୌଡ଼, ରବିନ୍ଦ୍ର ପଣ୍ଡା ମଧ୍ଯ ରାଜ୍ୟ ସରକାରଙ୍କ ବିରୋଧରେ ବକ୍ତବ୍ୟ ରଖିଥିଲେ। ଆଗାମୀ କାଲିର ଆରଡିସି ଅଫିସ ଘେରାଉ କାର୍ଯ୍ୟକ୍ରମରେ ପୋଲସରା ନିର୍ବାଚନ ମଣ୍ଡଳୀରୁ ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.