ମାଲକାନଗିରି,୨୨/୦୪(ପିପିଟି) :ଏପ୍ରିଲ ୨୩ ସିପିଆଇ(ଏମ) ର ମାଲକାନଗିରି ଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ ସ୍ଥଗିତ କରା ଯାଇଅଛି। ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅନିର୍ଦ୍ଦିଷ୍ଟ ଦିନ ପାଇଁ ସ୍ଥଗିତ କରାଇଥିବା ସିପିଆଇ(ଏମ) ମାଲକାନଗିରି ଜିଲ୍ଲା ସମ୍ପାଦକ ବ୍ରଜ ମାଝୀ ସାମ୍ବାଦିକମାନଙ୍କୁ ଅବଗତ କରାଇଛନ୍ତି।ଚଳିତ ଏପ୍ରିଲ ୨୩ ତlରିଖ ବୁଧବାର ଦିନ ସମସ୍ତ ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀ ମାନଂକୁ ଜଙ୍ଗଲ ଅଧିକାର ଆଇନ ଅନୁଯାଇ ଜମି ପ୍ରଦାନ ଏବଂ ଜମିର ଚିହ୍ନଟ, ଜଙ୍ଗଲ ଅଧିକାର ବଳରେ ଜମି ପାଇଥିବା ଆଦିବାସୀ ମାନଂକୁ ଜାତି ସାର୍ଟିଫିକେଟ, ଦଖଲ ଭିତ୍ତରେ ଘର ଡିହ ଓ ଜମି ର ମୁଟେସନ କରି ପଟ୍ଟା ପରିବର୍ତନ, ପ୍ରତି ପଂଚାୟତ ରେ ଚେକ ଡେମ ନିର୍ମାଣ, ପ୍ରତି ଗ୍ରାମ ରେ ସ୍ଵଚ୍ଛ ପାନୀୟ ଜଳ ଯୋଗାଣ, ୨୪ ଘଣ୍ଟିଆ ନିରନ୍ତର ଫୁଲ ଭୋଲ୍ଟେଜ ବିଦ୍ୟୁତ ଯୋଗାଣ, ବିଦ୍ୟୁତ ସ୍ମାର୍ଟ ମିଟର ସ୍ଥାପନ ବନ୍ଦ l ଟାଟାକମ୍ପନୀ ଦ୍ୱାରା ହଜାର ଟଙ୍କା ର ମିଥ୍ୟା ବିଦ୍ୟୁତ ବିଲ ଆଦାୟ ଓ ଜୁଲୁମ ବନ୍ଦ କରିବା, ଆନ୍ଧ୍ର ପ୍ରଦେଶ ସରକାର ଦ୍ୱାରା ନିର୍ମାଣ ହେଉଥିବା ବୃହତ ଜଳ ପ୍ରକଳ୍ପ ତ ଉଚ୍ଚତା କମାଇ ମାଲକାନଗିରି ଜିଲ୍ଲା କୁ ରକ୍ଷl କରିବା, ଗ୍ରାମ ଓ ପଲ୍ଲୀ ସଭା କୁ ସଠିକ ଭାବେ ଆୟୋଜନ କରିବା ଓ ବିନା ଅନୁମୋଦନ ରେ କାର୍ଯ୍ୟକ୍ରମ ବନ୍ଦ କରିବା ଇତ୍ୟାଦି ୧୫ ଦଫା ଦାବି କୁ ନେଇ ହେବାକୁ ଥିବା ବିକ୍ଷୋଭ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍ଥଗିତ କରାଯାଇଛି l
ସିପିଆଇ(ଏମ) ମାଲକାନଗିରି ଜିଲ୍ଲା ସମ୍ପାଦକ ବ୍ରଜ ମାଝୀ ଆଜି ଏକ ବିବୃତି ରେ ଏହି ସୂଚନା ଦେବା ସହ ପରବର୍ତୀ ତାରିଖ ଜଣାଇ ଦିଆଯିବ ବୋଲି କହି ଛନ୍ତି
ଜିଲ୍ଲା ସ୍ତରୀୟ ବିକ୍ଷୋଭ ସ୍ଥଗିତ ରହିଲେ ସୁଦ୍ଧା ବ୍ଲକ ସ୍ତରରେ ଆନ୍ଦୋଳନ ଚାଲୁ ରହିବ ବୋଲି ଶ୍ରୀ ମାଝୀ କହିଛନ୍ତି l
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)