ଏନ ଆର ଇ ଜି ଏ ଯୋଜନାରେ ବ୍ୟାପକ ଦୁର୍ନିତୀ ଅଭିଯୋଗ।

0 402

ପୋଲସରା ,୧୭୵୦୮(ପିପିଟି): ପୋଲସରା ବ୍ଳକ ଅନ୍ତର୍ଗତ ଢୁଙ୍କାପଡା ଗ୍ରାମ ପଞ୍ଚାୟତ ରେ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଫଲ୍ସ ବିଲ କରି ୩୮ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରି ଯାଇଥିବା ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଜି ଏଠାରେ ଅଭିଯୋଗ କରାଯାଇଛି।
ଆଜି ସ୍ଥାନୀୟ ପୁରୁଣା ଫାଣ୍ଡି ଛକ ସାହି ର କୋଠଘର ଠାରେ ବିକାଶ ପରିଷଦ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ର ଗୋଟିଏ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଭାରତୀୟ ବିକାଶ ପରିଷଦ ର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇ କହିଛନ୍ତି ଯେ ଜଗା ପାହାଡ ପ୍ରକଳ୍ପ ରେ ୮,୦୪,୨୫୮ ଟଙ୍କା , ଧିବରେଶ୍ବର ପ୍ରକଳ୍ପ ରେ ୮,୦୭,୧୫୦ ଟଙ୍କା , ସନ୍ଧି ପାହାଡ଼ ପ୍ରକଳ୍ପ ରେ ୬,୪୭,୨୪୭ ଟଙ୍କା , ବୋଡ଼ା ପାହାଡ଼ ପ୍ରକଳ୍ପ ରେ ୨,୯୫,୭୭୭ ଟଙ୍କା , ହର ଗୌରୀ ପାହାଡ଼ ପ୍ରକଳ୍ପ ରେ ୧,୪୨,୬୭୪ ଟଙ୍କା , ହଜ ନାଳ ଠାରୁ କନିଆଁ ନାଳ ପ୍ରକଳ୍ପ ରେ ୪,୧୯,୫୪୦ ଟଙ୍କା , ବଉଦିଆ ପଲ୍ଲୀ ପାଣି ଟାଙ୍କି ଠାରୁ ପାହାଡ଼ ରାସ୍ତା ଉପରେ କଲଭର୍ଟ ନିର୍ମାଣ ନାଁ ରେ ୧,୫୪,୪୬୫ ଟଙ୍କା , ବାଘୁଆ ନାଳ ଆର ଡି ରାସ୍ତା ଘାଇ କାମରେ ୨,୧୮,୨୧୭ ଟଙ୍କା ଏବଂ ବଉଦିଆ ପଲ୍ଲୀ କାଡିଆ ଘାଇର ପୁନରୁଦ୍ଧାର କାର୍ଯ୍ୟ ରେ ୪,୨୭,୮୦୪ ଟଙ୍କା ଏହି ପରି ୯ ଟି ପ୍ରକଳ୍ପ ନିର୍ମାଣ ରେ ମୋଟ ୩୮, ୬୮,୧୩୧-୦୦ ଟଙ୍କା ଆତ୍ମସାତ କରା ଯାଇଥିବା ଶ୍ରୀ ପାଣିଗ୍ରାହୀ ଅଭିଯୋଗ କରିଛନ୍ତି। ଏଥି ପାଇଁ ସେ ତତ୍କାଳିନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୈଳାସ ଚନ୍ଦ୍ର ମୁର୍ମୁ , ତତ୍କାଳୀନ ସହକାରୀ ଯନ୍ତ୍ରୀ ଭିକାରୀ ଚରଣ ଖଣ୍ଡୁଆଳ , କନିଷ୍ଠ ଯନ୍ତ୍ରୀ ଏସ ଶଙ୍କର ନାରାୟଣ ସୁବୁଦ୍ଧି , ପଞ୍ଚାୟତ ନିର୍ବାହୀ ଅଧିକାରୀ ନବୀନ କୁମାର ମହାରଣା , ଜି ଆର୍ ଏସ୍ ଜଗନ୍ନାଥ ମିଶ୍ର ଏବଂ ସରପଞ୍ଚ ସିମାଞ୍ଚଳ ସେଠୀ ଏହି ବିପୁଳ ପରିମାଣର ସରକାରି ଅର୍ଥ ଆତ୍ମସାତ କାରବାର ରେ ସମ୍ପୃକ୍ତ ଥିବା କହିଛନ୍ତି। ଏଣୁ ଏହା ର ତଦନ୍ତ କରି ସମ୍ପୃକ୍ତ କର୍ମଚାରୀ , ଅଧିକାରୀ ଓ ଲୋକପ୍ରତିନିଧି ଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିକାଶ ପରିଷଦ ପକ୍ଷରୁ ମୂଖ୍ୟ ଶାସନ ସଚିବ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର ପ୍ରମୁଖ ସଚିବ ଏବଂ ଗଞ୍ଜାମ ଜିଲ୍ଲାପାଳ ଙ୍କ ନିକଟକୁ ଅନୁରୋଧ ପତ୍ର ପଠାଯାଉଛି। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟ ରେ ଉପରୋକ୍ତ ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନହେଲେ ପରିଷଦ ଅଦାଲତ ରେ ଆଶ୍ରୟ ନେବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଏହି ଗଣମାଧ୍ୟମ ପ୍ରତିନିଧି ସମ୍ମିଳନୀ ରେ ସୁରେନ୍ଦ୍ର ପାଣିଗ୍ରାହୀ ଙ୍କ ସମେତ ରାଜେନ୍ଦ୍ର ଦଳବେହେରା , ସୂଚନା କର୍ମୀ ରାଜିବ କୁମାର ଜେନା ଓ ଶଙ୍କର୍ଷଣ ପ୍ରଧାନ ଉପସ୍ଥିତ ଥିଲେ। ଆଜି ମଧ୍ୟ ବିକାଶ ପରିଷଦ ପକ୍ଷରୁ ଉପରୋକ୍ତ ମର୍ମ ରେ ସ୍ଥାନୀୟ ଥାନା ରେ ଏତଲା ଦିଆଯାଇଛି।

Leave A Reply

Your email address will not be published.