ଏକ ଦେଶ ଏକ ନିର୍ବାଚନ ବୁଦ୍ଧିଜୀବୀ ସମ୍ମିଳନୀ ।

0 255

ମାଲକାନଗିରି,୦୬/୦୫(ପିପିଟି) :ମାଲକାନଗିରି ସ୍ଥିତ ରାଜେଶ୍ବରୀ ପାଲେସ ଠାରେ ଏକ ଦେଶ ଏକ ନିର୍ବାଚନ ବିଷୟ ଉପରେ ଏକ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଆବାହକ ଅଶୋକ କୁମାର ପରିଡା, ମୁଖ୍ୟ ବକ୍ତା ଭାବେ ବିଜେପି ରାଜ୍ୟ ପ୍ରବକ୍ତା ରାଜେଶ କୁମାର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଓ ପ୍ରକାଶକ ସୌମେନ୍ଦ୍ର କୁମାର ଜେନା ମଞ୍ଚା ସୀନ ଥିଲେ।ବର୍ତ୍ତମାନ ଭାରତ ବର୍ଷରେ ୪୭ ଟି ରାଜନୈତିକ ଦଳ ରହିଥିବା ବେଳେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବକୁ ୩୨ଟି ରାଜନୈତିକ ଦଳ ସମର୍ଥନ କରିଛନ୍ତି। ଏହା ବ୍ୟତିତ ଜେପିସି ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରି ଲୋକ ସଭାକୁ ପଠାଇଛି।ସମ୍ବିଧାନରେ ଅନ୍ତର୍ଭୁକ୍ତ ଥିବା ଏକ ଦେଶ ଏକ ନିର୍ବାଚନ ପ୍ରକ୍ରିୟା ୧୯୫୨ ରୁ ୧୯୬୭ ପର୍ଯ୍ୟନ୍ତ ବଳବତ୍ତର ଥିଲା। ପରବର୍ତ୍ତୀ ଅବସ୍ଥାରେ ରାଜନୈତିକ ଫାଇଦା ପାଇଁ ଅସମୟରେ ସରକାର ଭାଙ୍ଗି ବାରମ୍ବାର ନିର୍ବାଚନ କରେଇବା କାରଣରୁ ଦେଶର ଅର୍ଥନୈତିକ କ୍ଷତି ହୋଇଛି। ତତ୍ ସହିତ ଦେଶର ବିକାଶ କ୍ଷେତ୍ରରେ ବ୍ୟାଘାତ ସ୍ତୃଷ୍ଟି ହୋଇଛି। ଏଣୁ ସମଗ୍ର ଦେଶରେ ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ କରାଗଲେ ଅର୍ଥ ନୈତିକ ଓ ବିକାଶ କାର୍ଯ୍ୟରେ ବାଧାପ୍ରାପ୍ତ ହେବ ନାହିଁ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। ଶେଷରେ ବକ୍ତା ବୁଦ୍ଧିଜୀବୀ ମାନଙ୍କୁ ଅନୁରୋଧ କରି କହିଥିଲେ ଯେ ଏହା ଏକ ଜନ ଜାଗରଣ ଯାତ୍ରା। ଯେହେତୁ ଜନତାଙ୍କ ଦ୍ବାରା ସରକାର ଗଢାଯାଇଥାଏ। ତେଣୁ ଜନତାଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ଆବଶ୍ୟକ।ଏହି ସମ୍ମିଳନୀରେ ମାଲକାନଗିରି ଜିଲ୍ଲାର ପ୍ରତିଷ୍ଠିତ ବୁଦ୍ଧିଜୀବୀ, ବ୍ୟବସାୟୀ, ଆଇନଜୀବୀ, ସମାଜସେବୀ, ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ଶତାଧିକ ଶେଷରେ ଆବାହକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.