ଉଲୁଣ୍ଡା ବ୍ଲକ ଆଦିବାସୀ କଲ୍ୟାଣ ସଙ୍ଘ ର ପୁର୍ଣ୍ଣାଙ୍ଗ କମିଟି ଗଠିତ ।

0 211

ଉଲୁଣ୍ଡା ,୨୮୵୦୮(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ଗ୍ରାମ ପଂଚାୟତ ଅନ୍ତର୍ଗତ ବ୍ରାହ୍ମଣିପାଲି ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ଆହ୍ୱାନ କ୍ରମେ ଉଲୁଣ୍ଡା ବ୍ଲକ ଆଦିବାସୀ କଲ୍ୟାଣ ସଙ୍ଘ ରବିବାର ଗଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗୀନ୍ଦ୍ର ଭୋଇ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବାବେଳେ ଜିଲ୍ଲା ସଙ୍ଘ ଉପ ସଭାପତି ଗୁପ୍ତେଶ୍ୱର ମଲ୍ଲିକ, ଜିଲ୍ଲା ସଂଘ ସମ୍ପାଦକ ଲାଂବୋଦର ଧରୁଆ ଜିଲ୍ଲା ସଂଘ କୋଷାଧ୍ୟକ୍ଷ ରୋହିତ କୁଅଁର ତରଭା ବ୍ଲକ ସଂଘ ସଭାପତି ବଳଭଦ୍ର କୁଅଁର, ବୀରମହାରାଜପୁର ବ୍ଲକ ସଙ୍ଘ ସଭାପତି ଶ୍ୟାମସୁନ୍ଦର ପଧାନ,ସୋନପୁର ବ୍ଲକ ସଭାପତି ରୋହିତ ମୁଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଥିଲେ । ଉଲୁଣ୍ଡା ବ୍ଲକର ପ୍ରତି ପଂଚାୟତରୁ ଦୁଇ ଜଣ ଲେଖାଏଁ ସଦସ୍ୟ ଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଥିଲା । ଏଥିରେ ନନ୍ଦନ ବାରିକ ସଭାପତି,ଗୁହାଲୁ ବାରିକ ଉପରେ ସଭାପତି,ବାନାମ୍ବର ଯାନୀ କାର୍ଯ୍ୟକାରୀ ସଭାପତି,ବରୁଣ ଭୋଇ ସମ୍ପାଦକ, ନିରଂଜନ ଭୋଇ ସହ ସମ୍ପାଦକ ଏବଂ ତ୍ରିନାଥ ଭୋଇ କୋଷାଧ୍ୟକ୍ଷ ଭାବରେ ମନୋନୀତ ହୋଇଥିବାବେଳେ ମସ୍ତରମ ଭୁଏ, ବୈଶାନନ୍ଦ ଧରୁଆ,ମଙ୍ଗୁଲୁ କିସାନ, ତ୍ରିନାଥ ନେଟି, ବ୍ରଜବନ୍ଧୁ ଭୋଇ, ମାନଗୋବିନ୍ଦ ପଧାନ, ଦୟାନିଧି ପଧାନ, ସନତ ଭୋଇ, ନରେନ୍ଦ୍ର ପଧାନ, ଅଶ୍ୱିନୀ ବିଶି,ପ୍ରଶାନ୍ତ ବିଶ୍ୱାଳ, ବରୁଣ ଭୋଇ, ଧନପତି ଭୋଇ, ବିଭୁତି ଭୋଇ, ଲିଙ୍ଗରାଜ ଭୋଇ, ଅଚ୍ୟୁତ ଭୋଇ ପ୍ରମୁଖ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମକୁ ମକୁନ୍ଦ ଧରୁଆ ସଭା ପରିଚାଳନା କରିଥିବାବେଳେ ଶେଷରେ ବରୁଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.