ଭଞ୍ଜନଗର, ୨୦/୦୨(ପିପିଟି):ଭଞ୍ଜନଗର ନୂତନ ଉପଜିଲ୍ଲାପାଳ ଭାବେ ଉମାଶଙ୍କର ବେହେରା ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ବେହେରା ଭଞ୍ଜନଗର ତହସିଲଦାର ଭାବେ ଗତ ୨୦୨୩ ଅକ୍ଟୋବର ୨୫ତାରିଖରୁ ଏଠାରେ କାର୍ଯ୍ୟରତ ଥିଲେ । ସେ ଜଣେ ସୁଦକ୍ଷ ପ୍ରଶାସକ ଭାବେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ସେ ଜନହିତରେ ସରକାରୀ ଯୋଜନାକୁ ସଫଳରୂପେ ରୂପାୟନ କରିବାକୁ ପ୍ରତିଶୃତିବଦ୍ଧ ବୋଲି ନିଜ ପ୍ରତିକ୍ରିୟା ରେ ଜଣାଇଛନ୍ତି।କାର୍ଯ୍ୟାଳୟର ସମସ୍ତ କର୍ମଚାରୀଗଣଙ୍କୁ ଦଳଗତ ସ୍ୱଛତା, ବୈଷୟିକ ଜ୍ଞାନ ସହ ଠିକ ସମୟରେ ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଭଞ୍ଜନଗର ଉପଜିଲ୍ଲାପାଳ ଥିବା ଅନିଲ କୁମାର ସେଠୀ ଓଡିଶା ବିଧାନସଭା ସରକାରୀ ମୁଖ୍ୟ ସଚେତକଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବେ ବଦଳି ହୋଇଛି।ଆଜି ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ଶାଖା ପକ୍ଷରୁ ନୂତନ ଉପଜିଲ୍ଲାପାଳ ଶ୍ରୀ ବେହେରାଙ୍କୁ ଉପଢୌକନ, ପୁଷ୍ପ ଗୁଛ ଓ ପ୍ରଭୁ ଜଗନ୍ନାଥଙ୍କ ଫୋଟ ଚିତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।ଏଥିରେ ୟୁଜେଏ ଜିଲ୍ଲା ସମ୍ପାଦକ ଜୟକୃଷ୍ଣ ପଟ୍ଟନାୟକ, ଭଞ୍ଜନଗର ସଭାପତି ଅମରେନ୍ଦ୍ର ପଟ୍ଟନାୟକ, କୋଷାଧ୍ୟକ୍ଷ ଅରକ୍ଷିତ ପରିଛା, ସୁବ୍ରତ ଦାଶ, ଉଦୟ ପଣ୍ଡା, ନିଲୁ ବିଷୋୟୀ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)