ବ୍ରହ୍ମପୁର,୧୬/୦୮(ପିପିଟି):ଏହି ୭୮ତମ ସ୍ଵାଧୀନତା ଦିବସରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ କଲେଜ ପଡିଆ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା,ଭା.ପ୍ର.ସେ, ଯୋଗଦେଇ ସ୍ବାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରି ଜାତି ଉଦ୍ଦେଶ୍ୟରେ ସମବେତ ଜନତାଙ୍କୁ ନିଜ ଉଦ୍ବୋଧନରେ ଜାତିର ଜନକ ମହତ୍ମା ଗାନ୍ଧୀଙ୍କ ଅହିଂସା ମହାମନ୍ତ୍ରକୁ ଆୟୁଧ କରି କିଭଳି ଦେଶ ସ୍ଵାଧୀନ ହେଲା ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଗୁଣଗାନ କରି ଇତିହାସରେ ଗୁଞ୍ଜରିତ ହୋଇଥିବା କାହାଣୀ ଅବଗତ କରାଇ, ଗଞ୍ଜାମ ମାଟିର ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଷ୍ଠ ବଳିଦାନକୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଗଞ୍ଜାମ ଜିଲ୍ଲା ପାଇଁ ଅନୁମୋଦିତ ହୋଇଥିବା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ଏବଂ କଳା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ କିପରି ଶକ୍ତିଶାଳୀ କରିବା, ରାଷ୍ଟ୍ରର ଏକତା ଓ ଅଖଣ୍ଡତାର ଅତୁଟ ଭାବନା ସକାଶେ ଦେଶର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପ୍ରତ୍ୟେକ ନାଗରିକଙ୍କୁ ଉତ୍ସାହ ଆଣୁଥିବା ଜଣାଇଥିଲେ। ମୂଖ୍ୟ ଅତିଥି ଗଞ୍ଜାମ ଜିଲ୍ଲାର ବରେଣ୍ୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଫଟୋଚିତ୍ର ପ୍ରଦର୍ଶନୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହି ଐତିହାସିକ ଦିବସ ବ୍ରହ୍ମପୁର ସହରଠାରେ ମହା ସମାରୋହର ସହିତ ଆଡମ୍ବର ସହକରାରେ ପାଳିତ ହୋଇଯାଇଛି ।
ଉପଖଣ୍ଡସ୍ତରୀୟ ପ୍ୟାରେଡ୍ ରେ ୩୯ ଟି ଦଳ ଓ ୬ ଗୋଟି ଶାରୀରିକ କ୍ରୀଡାରେ ଅଂଶ ଗ୍ରହଣ କରିଥିଲେ ଓ ବ୍ରହ୍ମପୁର ସ୍କେଟିଂ ଏକ ଚିତାକର୍ଷକ ପ୍ରଦର୍ଶନୀ କରିଥିଲେ। ଆଜିର ଏହି ପ୍ୟାରେଡ୍ କୁ ପ୍ୟାରେଡ୍ କମାଣ୍ଡର ଆର୍. ଆଇ. ଅଫ୍ ପୋଲିସ୍ ଏମ.ଲକ୍ଷ୍ମୀ ରଞ୍ଜନ, ସେକେଣ୍ଡ ଇନ୍ କମାଣ୍ଡ, ସର୍ଜେଣ୍ଟ ପ୍ରସନ୍ନ କୁମାର ଦାସ ପରିଚାଳନା କରିଥିଲେ ।
ଏହି ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବରେ ବ୍ରହ୍ମପୁର ବିଧାୟକ କେ.ଅନିଲ କୁମାର, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ବ୍ରହ୍ମପୁର ଉପଜିଲ୍ଲାପାଳ,ଦୀନା ଦସ୍ତଗିର, ଭା.ପ୍ର.ସେ,ଡେପୁଟି ମେୟର ଇ.ବିବେକ ରେଡ୍ଡି,ପୂର୍ବତନ ବିଧାୟକ ଡକ୍ଟର ରମେଶ ଚନ୍ଦ୍ର ଚାୟୂପଟ୍ଟନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ରମେଶ ସେଠୀ ଉପସ୍ଥିତ ଥିଲେ। ଉପଖଣ୍ଡସ୍ତରୀୟ ସ୍ଵାଧୀନତା ଦିବସ ପାଇଁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ସମସ୍ତ ପ୍ରତିଯୋଗିମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏହି ଦିବସରେ ପ୍ୟାରେଡ ପ୍ରଦର୍ଶନ କ୍ଷେତ୍ରରେ ସିନିୟର୍ ଡିଭିଜନ୍ ଏନ୍.ସି.ସିରେ ପ୍ରଥମ ସିଟି କଲେଜ, ବ୍ରହ୍ମପୁର (ଆର୍ମି), ଦ୍ଵିତୀୟ ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର (ଆର୍ମି), ଜୁନିୟର୍ ଡିଭିଜନ୍ ଏନ୍.ସି.ସି. (ବାଳିକା)ରେ ପ୍ରଥମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ (ଆର୍ମି), ଦ୍ଵିତୀୟ ଡି.ଏ.ଭି ପବ୍ଲିକ ସ୍କୁଲ (ଆର୍ମି), ଜୁନିୟର୍ ଡିଭିଜନ୍ ଏନ.ସି.ସି. (ବାଳକ)ରେ ପ୍ରଥମ ସିଟି ଉଚ୍ଚ ବିଦ୍ୟାଳୟ (ଏୟାର ୱିଙ୍ଗ), ଦ୍ଵିତୀୟ ସେଣ୍ଟ୍ ଜାଭିୟର ହାଇସ୍କୁଲ ସିନିୟର୍ ସେକଣ୍ଡାରୀ, ବ୍ରହ୍ମପୁର, ଆମ୍ବପୁଆ,ସ୍କାଉଟ ଓ ଗାଇଡ୍ ଟ୍ରୁପରେ ପ୍ରଥମ: ଦିଲ୍ଲୀ ପବ୍ଲିକ ବିଦ୍ୟାଳୟ , ବ୍ରହ୍ମପୁର (ଗାଇଡ୍), ଦ୍ଵିତୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ନୀଳକଣ୍ଠ ନଗର (ଗାଇଡ୍), ସବ୍- ଜୁନିୟର୍ ଡିଭିଜନ୍ ସିଭିଲିୟାନ୍ ରେ ପ୍ରଥମ ଗୁରୁ ନାନକ ପବ୍ଲିକ ସ୍କୁଲ, ଦ୍ଵିତୀୟ କେ.ସି. ପବ୍ଲିକ ସ୍କୁଲ, ଜୁନିୟର୍ ଡିଭିଜନ୍ ସିଭିଲିୟାନ୍ ରେ ପ୍ରଥମ ଅମରେଶ୍ଵର ପୋଲିସ୍ ଉଚ୍ଚ ବିଦ୍ୟାଳୟ , ଦ୍ଵିତୀୟ ଆର୍ଦଶ ଶିଶୁ ବିଦ୍ୟା ମନ୍ଦିର, ସିନିୟର୍ ଡିଭିଜନ୍ ସିଭିଲିୟାନ୍ ରେ ପ୍ରଥମ ତକ୍ଷଶିଳା ରେସିଡେନ୍ସିଆଲ୍ ସ୍କୁଲ, ଦ୍ଵିତୀୟ ବ୍ରହ୍ମପୁର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଓ ଟେକ୍ନୋଲଜି, ପି.ଇ.ଟି ଜୁନିୟର୍ ଗ୍ରୁପ ରେ ପ୍ରଥମ ଡି-ପଲ. ସ୍କୁଲ, ବ୍ରହ୍ମପୁର, ଦ୍ଵିତୀୟ ନିଉ ଡି-ପଲ. ସ୍କୁଲ, ବ୍ରହ୍ମପୁର ଏବଂ ପି.ଇ.ଟି ସିନିୟର୍ ଗ୍ରୁପ ରେ ପ୍ରଥମ ଗୁରୁକୁଲ ଇଣ୍ଟର୍ ନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍ ,ଦ୍ଵିତୀୟ ସେଣ୍ଟ୍ ଜାଭିୟର ହାଇସ୍କୁଲ୍ ସିନିୟର୍ ସେକଣ୍ଡାରୀ,ବ୍ରହ୍ମପୁର,ଆମ୍ବପୁଆ କୃତ୍ତିତ୍ୟ ଅର୍ଜନ କରିଥିଲେ । ଏହି ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତ ପ୍ରତିଯୋଗିତାମାନଙ୍କୁ ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ।
ସଂଧ୍ୟା ସମୟରେ ଏହି ପବିତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନ, ବ୍ରହ୍ମପୁର ଠାରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ତ୍ରିରଙ୍ଗା କନସର୍ଟ ଓ ବ୍ରହ୍ମପୁରର ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ନିଜସ୍ଵ ତିଆରି ବିଭିନ୍ନ ସାମଗ୍ରୀକୁ ସେଠାରେ ପ୍ରଦର୍ଶନ ଓ ବିକ୍ରି କରଯାଇଥିଲା । ଏହି ତ୍ରିରଙ୍ଗା କନସର୍ଟ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ସଭାପତିତ୍ଵ କରିଥିଲେ ଓ ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେୟର ସଙ୍ଘମିତ୍ରା ଦଳେଇ ଓ ଡେପୁଟି କଲେକ୍ଟର ସୁବ୍ରତ ରାମବିରାମ ଶତପଥୀ, କସ୍ତୁରୀ ସ୍ଵାଇଁ ଓ ସମସ୍ତ ଅଧିକାରୀ, କର୍ମଚାରୀ ଯୋଗ ଦେଇଥିଲେ ।ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲୋକନାଥ ଶତପଥି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।