ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ ।

0 187

ଯାଜପୁର,୨୯/୧୧(ପିପିଟି): ସୂଚନା ଓ ଲୋକସମ୍ପର୍କ ବିଭାଗ ଆଦେଶ ଅନୁଯାୟୀ ଗତକାଲି ପୂର୍ବାହ୍ନରେ ସତ୍ୟବ୍ରତ ପାଣିଗ୍ରାହୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ,ଯାଜପୁର ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦାନ କରିଛନ୍ତି।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବରିଷ୍ଠ ରାଜସ୍ବ ସହାୟକ ଅମିୟ କୁମାର ତ୍ରିପାଠୀ,ଷ୍ଟୋର କିପର ସତ୍ୟଜିତ ନାୟକ,ସଂଚଳକ ଶାନ୍ତନୁ କୁମାର ସାହୁ,ରତିକାନ୍ତ ମହାନ୍ତି,ସାଗର ନାୟକ ଶ୍ରୀ ପାଣିଗ୍ରାହୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପାଣିଗ୍ରାହୀଙ୍କୁ ତାଙ୍କର ଦାୟିତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ପରେ ଶ୍ରୀ ପାଣିଗ୍ରାହୀ ଜିଲ୍ଲପାଳ ଅମ୍ବର କୁମାର କର ଓ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକଙ୍କୁ ସାକ୍ଷାତ କରିଥିଲେ।

Leave A Reply

Your email address will not be published.