ଉପଖଣ୍ଡସ୍ତରୀୟ ଖରିଫ୍ ଧାନ କ୍ରୟ ଶୁଭାରମ୍ଭ କଲେ ବିଧାୟକ ।

0 256

ଭଞ୍ଜନଗର, ୦୩/୦୧(ପିପିଟି) :ଭଞ୍ଜନଗର ଉପଖଣ୍ଡରୁ ଶୁକ୍ରବାର ଏବର୍ଷର ଖରିଫ ଧାନକିଣା ଆରମ୍ଭ ହୋଇଛି। ଉପଖଣ୍ଡର ଭଞ୍ଜନଗର ବ୍ଲକ ଅଧିନ ମୁଦୁଲିପଲ୍ଲୀର ମା’ ବାପାଙ୍ଗୀ ଏସଏଚଜିଙ୍କ ଦ୍ୱାରା ଧାନକିଣାର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚଳିତ ବର୍ଷ ଖରିଫ ଧାନକିଣା ପ୍ରକ୍ରିୟାର ଉଦ୍‌ଘାଟନ କରିଛନ୍ତି।ନୂଆ ସରକାର ଚାଷୀଙ୍କୁ ଯାହା କଥା ଦେଇଥିଲେ, ତାହା ରଖିଛନ୍ତି। ଚଳିତବର୍ଷ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ଏମଏସପି ଓ ଇନପୁଟ୍ ସହାୟତା ମିଶି ୩୧୦୦ ଟଙ୍କା ମିଳିବ। ନିର୍ଦ୍ଧାରିତ ଦିନରେ ଚାଷୀ ଧାନ ଧରି ମଣ୍ଡି କୁ ଆସିବେ।ମିଲର୍ସ ମାନେ ଧାନ ଉଠାଇବେ। ଧାନ ବିକ୍ରୟ ସମୟରେ ଚାଷୀ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ମଣ୍ଡି ନୋଡାଲ ଅଫିସର ଓ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବିଧାୟକ ଶ୍ରୀ ନାୟକ କହିଛନ୍ତି। ଖରିଫ ଧାନ ଅମଳ ସମୟରେ ହୋଇଥିବା ଅଦିନିଆ ବର୍ଷା ଯୋଗୁଁ ଚାଷୀକୁଳର ବହୁବିଧ କ୍ଷତି ହୋଇଥିଲା।କ୍ଷତିଗ୍ରସ୍ତ ଫସଲର କ୍ଷୟକ୍ଷତି ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ।ସମସ୍ତଙ୍କ ସମନ୍ବୟରେ ଚଳିତ ବର୍ଷର ଖରିଫ ଧାନ କିଣାକୁ ସୁରୁଖୁରୁରେ ସମାପନ କରା ଯିବ। ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ସରକାରୀ ଦରରେ ଧାନ କିଣା ଯିବା ସହ ଟଙ୍କା ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ଅନିଲ କୁମାର ସେଠୀ କହିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର,ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ୍ ମହାନ୍ତି, ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢ଼ୀ,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୁମନ୍ତ ସାହୁ,ଯୋଗାଣ ଅଧିକାରୀଣି,ମିଶନ ଶକ୍ତି ବିପିସି, ମା ବାପାଙ୍ଗୀ ଏସଏଚଜି ସଭାପତି ସାଇବାଣି ବିଷୋୟୀ,ସମ୍ପାଦକ ଝୁନୁ ବିଷୋୟୀଙ୍କ ସମେତ ପଞ୍ଚାୟତ ପ୍ରତିନିଧି, ମିଲର୍ସ,ଚାଷୀ,ପ୍ୟାକ୍ସ ସମ୍ପାଦକ ଓ ଆରଏମସି କର୍ମଚାରୀ ଉପସ୍ଥିତ ଥିଲେ।

 

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.