ଉପଯୁକ୍ତ ଶିକ୍ଷା ସହିତ ଆଦର୍ଶ ନାଗରିକ କରି ଗଢିତୋଳିବା ଆବଶ୍ୟକ ।

0 279

ବ୍ରହ୍ମପୁର,୦୨/୦୨(ପିପିଟି):ବିଦ୍ୟାଳୟରେ ଉପକୁକ୍ତ ଶିକ୍ଷା ସହ, ଆଦର୍ଶ ନାଗରିକ କରି ଗଢିତୋଳିବା ଆବଶ୍ୟକ। ପାଠ ସହ କ୍ରୀଡା, ସାଂସ୍କୃତିକ ଓ ସମାଜ ସେବା କ୍ଷେତ୍ରରେ ପିଲା ଙ୍କ ଆଗ୍ରହ ବୃଦ୍ଧି କରିବା ସହ ମାଟି, ମା ଓ ମାତୃଭାଷା ପ୍ରତି ମମତା ସୃଷ୍ଟି କରିବା ଆବଶ୍ୟକ ବୋଲି ଆଜି ଭାବିଁନାରାୟଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅବସରରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ମହାନ୍ ସଂଘ୍ ସଭାପତି ସୁଶାନ୍ତ କୁମାର ସାବତ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନୁପ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଭାବେ ରଙ୍ଗେଇଲୁଣ୍ଡା ବିଡିଓ ବିଶ୍ୱଜିତ ରାଏ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ବିଇଓ ଦେବେନ୍ଦ୍ର ବେହେରା ଓ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ବେହେରା,ସମିତି ସଭ୍ୟା ଲକ୍ଷ୍ମୀପ୍ରିୟା ସେଠି,ଡ ଶଙ୍କର୍ଷଣ ପାତ୍ର, ଶିଳ୍ପ ପତି ଇପିଲି ଚକ୍ରପାଣି, ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର, ୱାର୍ଡ ମେମ୍ବର ସିମଞ୍ଚଲ ପଣ୍ଡା ଓ ଏ କମଲେଷୁ ,କମିଟି ସଭାପତି ଏ କୃଷ୍ଣ ପାତ୍ର, ପୂର୍ବତନ ସଭାପତି ଏ ଜଗନ୍ନାଥ, ସିଆରସିସି ବିଜୟ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଲେ ଭାସ୍କର ରେଡ୍ଡୀ ସଂଯୋଜନା କରିଥିଲେ। ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ମିଶ୍ର,ବି ସୁମିତ୍ରା,ମିନାକ୍ଷୀ ମାଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ପ୍ରସଂଶନୀୟ ହୋଇଥିଲା।

Leave A Reply

Your email address will not be published.