ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ତାଳସର ପଞ୍ଚାୟତରେ ଅଭିଯୋଗ କଲେ ହଂସତୁଳୀ ଗ୍ରାମବାସୀ ।

0 280

କୋଦଳା,୦୮/୦୪(ପିପିଟି): ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ । ସରକାରଙ୍କ ଲକ୍ଷାଧିକ ଟଙ୍କା ସଠିକ୍ ଭାବେ ବିନିଯୋଗ ହୋଇ ନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ତାଳସର ପଞ୍ଚାୟତରୁ । ଉକ୍ତ ପଞ୍ଚାୟତର ହଂସତୁଳୀ ଗ୍ରାମରେ ଆଲୋକୀକରଣ,ସଫେଇ କାର୍ଯ୍ୟ, ଜଳଛତ୍ର,ଆବାସ ଗୃହ ଆଦି ଯୋଜନାରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବା ନେଇ ଗ୍ରାମବାସୀମାନେ ତାଳସର ପଞ୍ଚାୟତ କାର୍ଯ୍ୟାଳୟରେ ଆପତ୍ତି ଉଠାଇଛନ୍ତି । ମଙ୍ଗଳବାର ଉକ୍ତ ପଞ୍ଚାୟତରେ ଅନୁଷ୍ଠିତ ବୈଠକରେ ହଂସତୁଳୀ ଗ୍ରାମବାସୀ ଏନେଇ ସରପଞ୍ଚ ଓ ପିଇଓଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ସହ ଖର୍ଚ୍ଚ ହୋଇଥିବା ଅର୍ଥକୁ ନେଇ ପ୍ରଶ୍ନ କରିବା ସହ ବୈଠକରେ ଆପତ୍ତି କରିଥିଲେ ହଂସତୁଳୀ ଗ୍ରାମ୍ୟ କମିଟି ବୃନ୍ଦ ଏବଂ ଗ୍ରାମବାସୀ । ଅନ୍ଯ ପକ୍ଷରେ କୌଣସି ଦୁର୍ନୀତି ହୋଇନି, ସମସ୍ତ ଉର୍ନତିକରଣ କାର୍ଯ୍ୟ ସଠିକ୍ ଭାବେ ହୋଇଥିବା କହିଛନ୍ତି ପିଇଓ ମଦନ ମୋହନ ବେହେରା । ଏନେଇ ଆଗାମୀ ଦିନରେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ହଂସତୁଳୀ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି। ଏଥିସହିତ ଏହି ସମ୍ପର୍କରେ ଜିଲ୍ଲାପାଳ,ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଲିଖିତ ଅଭିଯୋଗ କରାଯିବ ବୋଲି ସୂଚନା ମିଳିଛି । ଦେଖାଯାଉ ଆଗକୁ କଣ ହେଉଛି ତାହା ଦେଖିବାକୁ ବାକି ରହିଲା । ଏଥିରେ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଯୋଗୀରାମ ଜେନା, ଉପସଭାପତି କୃଷ୍ଣଚନ୍ଦ୍ର ସ୍ବାଇଁ,ସହସମ୍ପାଦକ କମଳ ଲୋଚନ ଗୌଡ଼, କୋଷାଧ୍ୟକ୍ଷ ସଞ୍ଜୟ ଖଟୁଆ ସମେତ ଗ୍ରାମ୍ୟ ପରିଚାଳନା କମିଟିର ପୂର୍ବତନ ସଭାପତି ଛଇଲ ସ୍ବାଇଁ,ଉପସଭାପତି ତଥା ପୂର୍ବତନ ନାଏବ ସରପଞ୍ଚ ଗଡୁରାମ ଜେନାଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତି ରେ ଆଲୋଚନା ହୋଇଥିଲା ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.