କୋଦଳା,୦୧/୧୧(ପିପିଟି):ଓଡିଶା ପ୍ରୋଜେକ୍ଟ, ବଜାର ବିକାଶ ଓ ଗଞ୍ଜାମ ଜିଲ୍ଲା ଶିଳ୍ପ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୧ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବେଗୁନିଆପଡା ବୈଠକ ଗୃହ ଠାରେ ଆୟୋଜିତ ହେଉଥିବା ତାଲିମ ଶିବିର ଆଜି ବୁଧବାର ଉଦଯାପିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଜିଲ୍ଲା ସ୍ଲିପ କେନ୍ଦ୍ର ସାଧାରଣ ପରିଚାଳକ ପ୍ରସନ୍ନ କୁମାର ପାତ୍ର, ଉପ ସାଧାରଣ ପରିଚାଳକ ହୃଷିକେଶ ବେହେରା, ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ,ବ୍ଲକ ଅଧକ୍ଷା ରେଣୁ ଗୌଡ଼ ,ଏବିଡ଼ିଓ ନିରଞ୍ଜନ ବେହେରା,ଏସବିଆଇ ବ୍ୟାଙ୍କ ମ୍ୟାନେଜର ଦେବାଶିଷ ମହାପାତ୍ର, ସମାଜସେବୀ ମହେଶ୍ୱର ବରାଡ଼ ଯୋଗଦେଇ ଥିଲେ ।ଓ ପି ଏମ ଡି ସି ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁ, ବ୍ଲକ ଶିଳ୍ପ ବିକାଶ ଅଧିକାରୀ ଆଶିଷ କୁମାର ନନ୍ଦି ଯୋଗଦେଇ ଶିଳ୍ପ ଗଡ଼ିବା ପାଇଁ ଏବଂ ଏମଏସଏମ ଯୋଜନାର ସୁଫଳ ଉପରେ ଆଲୋଚନା କରାଯିବା ସହ ନିଜସ୍ୱ ଉଦ୍ୟମ, ସରକାରଙ୍କ ସହାୟତା, ପରିବେଶ ଓ ପରିସ୍ଥିତି, ଉପରେ ତାଲିମ ପ୍ରଦାନ କରାଯାଇଥିଲା। ତାଲିମ ପ୍ରାପ୍ତ ହିତାଧିକାରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ବ୍ଲକ ର ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ସ୍ଥାନୀୟ ଯୁବ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )