ଭଞ୍ଜନଗର ୦୩/୦୭(ପିପିଟି) :ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଗୁରୁବାର ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ଚାରା ରୋପଣ କରିଥିଲେ। ନିଜର ଉତ୍ତମ ଭବିଷ୍ୟତ ପାଇଁ ଚାରା ରୋପଣକୁ ବ୍ୟାପକ କରିବା ସହ ବ୍ୟକ୍ତିଗତ ସ୍ତରରେ ନିଜେ ଗଛ ଲଗାଇବା ସହ ତାହା କିଭଳି ବଡ ହେବ ସେଦିଗରେ ପ୍ରତିଟି ବ୍ୟକ୍ତି ଯତ୍ନବାନ ହେବାକୁ ବିଧାୟକ ଶ୍ରୀ ନାୟକ ଆହ୍ବନ ଦେଇଥିଲେ। ଏଥି ପାଇଁ ସରକାରଙ୍କ ପକ୍ଷରୁ ଯାହା ସହଯୋଗ ଆବଶ୍ୟକ ତାହା ଏହି ଅଞ୍ଚଳର ପରିବେଶ ବିକାଶ ଦିଗରେ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ।
ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ଗୋପବନ୍ଧୁ ମହାପାତ୍ର,ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ,ସହକାରୀ ଉଦ୍ୟାନ କୃଷି ଅଧିକାରୀ ଇତିଶ୍ରୀ ପ୍ରିୟଦର୍ଶିନୀ, ଜଳସେଚନ ବିଭାଗ ଏସି ସଞ୍ଜୟ କୁମାର ପ୍ରଧାନ,ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ ପ୍ରମୁଖ ମଞ୍ଚାସୀନ ରହି ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ବୃକ୍ଷ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ। ତେଣୁ ପରିବେଶର ସୁରକ୍ଷା ପାଇଁ ସମସ୍ତେ ଗଛ ଲଗାଇବା ସହ ଏହାର ଯତ୍ନ ନେବାକୁ ଅତିଥି ଗଣ କହିଥିଲେ। ଏହା ପୂର୍ବରୁ ବିଧାୟକ ଶ୍ରୀ ନାୟକ ମୁଜାଗଡ ଠାରେ ବନ ବିଭାଗର ଏକ ୱାଚ୍ ଟାୱାର୍ ଓ କର୍ମଚାରୀଙ୍କ ବାରାକ୍ କୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ନଗର ସାଂସଦ ପ୍ରତିନିଧି ସନ୍ତୋଷ ତିଆଡି,ବ୍ଲକ ସାସଂଦ ପ୍ରତିନିଧି ରବିନ୍ଦ୍ର କୁମାର ଗୌଡ,ସାସଂଦ ଡିଆରଡିଏ ଶିବଶଙ୍କର ପ୍ରଧାନ, ଭାଜପା ନେତା ଧୋବା ଗୌଡ,କୁବେର ପ୍ରଧାନ,ମନୋଜ ପଣ୍ଡା,ରମେଶ ପାତ୍ର,ପଦ୍ମନାଭ ପ୍ରଧାନ,ରେଞ୍ଜର ବିମ୍ବାଧର ସାହୁ,ପୃଥୀରାଜ ପ୍ରଧାନ,ଆଶାଲତା ଦିଗାଲ,ସୁଜାତା ରାଣୀ ପଣ୍ଡା,ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ବନପାଳ, ବନରକ୍ଷୀ, ଭିଏସ୍ଏସ୍ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)