ଭଞ୍ଜନଗର, ୦୧/୧୧(ପିପିଟି ):ପୁଣି ଏକ ହାତୀର ମୃତ୍ୟୁ ଘଟିଛି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବିରିକୋଟ ନିକଟସ୍ଥ ବଣିଆପଲ୍ଲୀ ଗାଁକୁ ଲାଗି ରହିଥିବା ଜଙ୍ଗଲ ନିକଟର ଘଟିଛି ଏଭଳି ଏକ ଘଟଣା। ଦନ୍ତା ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହି ଥିବା ବେଳେ ହାତୀଟିର ବୟସ ପ୍ରାୟ ୧୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ଖବର ପାଇ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ଏବଂ ବନଖଣ୍ଡ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗତ କିଛିଦିନ ହେଲା ସଂପୃକ୍ତ ଅଞ୍ଚଳରେ, ବଣୁଆ ହାତୀ ପଲ ବୁଲୁଥିଲେ । ତେବେ ଏନେଇ ବିଭାଗୀୟ ତନାଘନା ଆରମ୍ଭ ହୋଇଛି । ତେବେ ତଦନ୍ତ ପରେ ପ୍ରକୃତ ଘଟଣା ଜଣା ପଡ଼ିବ ବୋଲି ଡିଏଫଓ ହିମାଂଶୁ ଶେଖର ମହାନ୍ତି କହିଛନ୍ତି।
(ଜେ.କେ ପଟ୍ଟନାୟକ)
Next Post