ଉତ୍କଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବନମହୋତ୍ସବ ।

0 308

ମାଲକାନଗିରି,୧୭/୦୮(ପିପିଟି):ମାଲକାନଗିରି ଉତ୍କଳ ସାହିତ୍ୟ ସଂସଦ ଏବଂ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ , ମାଲକାନଗିରି ବନାଞ୍ଚଳ ସହଯୋଗରେ ମାଲ୍ଯବନ୍ତ ଛାତ୍ରାବାସ ପରିସର ଠାରେ ବନମହୋତ୍ସବ-୨୯୨୪ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିବା ବେଳେ ମାଲକାନଗିରି ବନପାଳ ଦେବାଶିଷ ପ୍ରଧାନ,ପାଣ୍ଡ୍ରିପାଣି ବନପାଳ ହୃଷୀକେଶ ପାଣିଗ୍ରାହୀ, କବି ଦୁର୍ଯ୍ୟୋଧନ ମହାରଣା, ଶିକ୍ଷକ ସୂର୍ଯ୍ୟ କାନ୍ତ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ। ଉତ୍କଳ ସାହିତ୍ୟ ସଂସଦ ସଂପଦ ଅନନ୍ତ କିଶୋର ନନ୍ଦ ପ୍ରାରମ୍ଭିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ କହିଲେ ଯେ , ଆମ ସାହିତ୍ୟ ଅନୁଷ୍ଠାନ କେବଳ ଯେ ମାଲକାନଗିରି ଜିଲ୍ଲାରେ ଓଡ଼ିଆ ସାହିତ୍ୟ ଭାଷା ପ୍ରଚାର ପ୍ରସାର ଦିଗରେ କାମ କରେ ନାହିଁ,ଆଉ ଗୋଟାଏ ମହତ କାର୍ଯ୍ୟ ହେଲା ବୃକ୍ଷ ରୋପଣ କରିବା। ପ୍ରତି ବର୍ଷ ଆମେ ବୃକ୍ଷ ରୋପଣ କରୁ । ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ସେ ବୃକ୍ଷର ଉପକାରତା ସଂପର୍କରେ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମାଲକାନଗିରି ଜିଲ୍ଲାର ଜଙ୍ଗଲରେ ନିଆଁ ଲଗାଇବା ଏକ ମୁଖ୍ୟ ସମସ୍ୟା ତେଣୁ ଏଥିରୁ ଜନସାଧାରଣଙ୍କୁ ସଚେତନ କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।ସେହିପରି ମାଲକାନଗିରି ବନପାଳ ଦେବାଶିଷ ପ୍ରଧାନ ବୃକ୍ଷ ରୋପଣ, ବନ୍ୟପ୍ରାଣୀ ସୁରକ୍ଷା,ଜଙ୍ଗଲ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେଇ ମତବ୍ୟକ୍ତ କରି ଥିଲେ। ବୃକ୍ଷର ଔଷଧୀୟ ଗୁଣ ଉପରେ ପାଣ୍ଡ୍ରିପାଣି ବନପାଳ ହୃଷୀକେଶ ପାଣିଗ୍ରାହୀ ବୁଝାଇଥିଲେ। ଏହା ବ୍ୟତୀତ “ବୃକ୍ଷ ଲଗାଇବା କାହା ପାଇଁ” ଗଳ୍ପ ମାଧ୍ୟମରେ ଶିକ୍ଷକ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ ଛାତ୍ରମାନଙ୍କୁ ବୁଝାଇଥିଲେ। କବି ଦୁର୍ଯ୍ୟୋଧନ ମହାରଣା କବିତା ମାଧ୍ୟମରେ ବୃକ୍ଷ ର ଉପକାରିତା ଉପରେ କବିତା ପାଠ କରିଥିଲେ। ବୃକ୍ଷ ରୋପଣ ପାଇଁ ମାଲକାନଗିରି ବନାଞ୍ଚଳ କାର୍ଯ୍ୟଳୟ ତରଫରୁ ଚାରା ଯୋଗାଇ ଦିଆଯିବା ସହିତ ବନ କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ଉତ୍କଳ ସାହିତ୍ୟ ସଂସଦ ସଂପାଦକ ଅନନ୍ତ କିଶୋର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.