ଉତ୍କଳ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଫକୀରମୋହନ ଜୟନ୍ତୀ ପାଳିତ ।

0 303

ମାଲକାନଗିରି,୧୪/୦୧(ପିପିଟି) :ମାଲକାନଗିରି ଉତ୍କଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୮୨ତମ କଥା ସମ୍ରାଟ ବ୍ଯାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ପୌରହିତ୍ଯ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମି, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ତପନ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ପୂର୍ବତନ ଉପଜିଲ୍ଲାପାଳ ରଥି କୃଷ୍ଣ ପାତ୍ର,ସାହିତ୍ଯିକ ଦୁର୍ଯ୍ୟୋଧନ ମହାରଣା,ସୁର୍ଯ୍ଯକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ପତନ କୁମାର ବେହେରା ଫକୀର ମୋହନଙ୍କ ଗଳ୍ପ ଓ ଉପନ୍ୟାସ ଉପରେ ବିଷଦ ଭାବେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ପୂର୍ବତନ ବିଧାୟକ ମାନସ ମାଡକାମି ଫକୀର ମୋହନଙ୍କ ବାଲ୍ୟ ଜୀବନ ସହ ନିଜ ପାଠ ପଢ଼ାରେ କିପରି ଅନ୍ତରାୟ ସୃଷ୍ଟି ହୋଇଥିଲା ସେ ମତ ବ୍ୟକ୍ତ କରିବା ସହ ଓଡିଆ ଭାଷା ସାହିତ୍ୟ ର ବିକାଶ ଲାଗି ଫକୀର ମୋହନଙ୍କ ଅବଦାନ ଉପରେ ମତ ବିନ୍ଯାସ କରିଥିଲେ। ଉତ୍କଳ ସାହିତ୍ୟ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ କହିଲେ ଯେ ମାଲକାନଗିରି ଜିଲ୍ଲା ଓଡ଼ିଶାର ସୀମାନ୍ତ ଜିଲ୍ଲା ଭାବେ ଓଡିଆ ଭାଷା ସଂକଟ ପରିସ୍ଥିତିରେ ଗତି କରୁଛି, ଏହା କୁ ହୃଦ୍ ବୋଧ କରି ଉତ୍କଳ ସାହିତ୍ୟ ସଂସଦ ଓଡ଼ିଆ ଭାଷା ଓ ସାହିତ୍ୟରେ ପ୍ରଚାର ପ୍ରସାର କରିବା ସହ କବି ଓ ଲେଖକ ସୃଷ୍ଟି କରିବା ମୁଖ୍ୟ ଆଭିମୁଖ୍ୟ। ଦୀର୍ଘ ୩୫ ବର୍ଷ ହେଲା ଏହି ଉଦ୍ଯମ ଜାରି ରହିଛି। ଫକୀର ମୋହନ ଯେତେ ବେଳେ ଓଡ଼ିଆ ଭାଷା ଓ ସାହିତ୍ୟ ବିଲୁପ୍ତ ସମୟରେ ସଂଘର୍ଷ କରି ଓଡ଼ିଆ ଭାଷା ସାହିତ୍ୟ କୁ ପୁନରୁଦ୍ଧାର କରିଥିଲେ। ତାଙ୍କର ଦାୟଦ ଭାବେ ଆମ ସଂଗଠନ ପ୍ରୟାସ ଜାରି ରଖିଛି। ଫକୀର ମୋହନ ଆମର ପଥ ପ୍ରଦର୍ଶକ ଓ ଓଡ଼ିଆ ଜାତିର ଚିର ନମସ୍ଯ। ଏହି ପରିପ୍ରେକ୍ଷୀରେ କବି ଦୁର୍ଯ୍ୟୋଧନ ମହାରଣାଙ୍କ ସ୍ବରଚିତ କବିତା ସଂକଳନ “ଚକାନୟନ” ପୁସ୍ତକ ଉନ୍ମୋଚିତ ହୋଇଥିଲା। ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସ୍ବରଚିତ କବିତା ପାଠ କରିଥିବା ବେଳେ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କବିତା ଗୁଡ଼ିକୁ ଅନନ୍ତ କିଶୋର ନନ୍ଦ ସଂଯୋଜନା କରିଥିଲେ।ସଂପାଦକ ଅନନ୍ତ କିଶୋର ନନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ଉତ୍ସବକୁ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଏ.ଈଶ୍ୱର ରାଓ , ଶିକ୍ଷକ ପ୍ରମୋଦ କୁମାର ମିଶ୍ର ଓ ଅନ୍ୟାନ୍ୟ ଶିକ୍ଷକମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.