ଉଇ କ୍ଷୁଦ୍ର ଜୀବଟିଏ ହେଲେ ମଧ୍ୟ ପରିବେଶ ଓ ମାନବ ସମାଜ ପାଇଁ କାମ ତାର ମହାନ।

0 235

ବୋଲଗଡ଼,୧୮/୦୮(ପିପିଟି):ଉଇ ହେଉଛି ପିମ୍ପୁଡ଼ି ସଦୃଶ କ୍ଷୁଦ୍ର ଜୀବ। ଉଇର ରଙ୍ଗ ଇସତଧଳା ଧୁସରିଆ ହୋଇଥାଏ। ଉଇ କ୍ଷୁଦ୍ର ଜୀବ ହେଲେ ମଧ୍ୟ ପରିବେଶ ପାଇଁ ତାର କାମ ମହାନ ଅଟେ। କାଠି, କୁଟା, ପତ୍ର, ବହି, ଖାତା, ସୁତା, କନା ଏବଂ ପ୍ଲାଷ୍ଟିକ ଯାତିୟ ଯେତେକ ଆବର୍ଜନା ପଦାର୍ଥ ମାଟିରେ ମିଶାଇ ଦେଇଥାଏ। ମାଟିକୁ ଦୋରସା ଓ ଉର୍ବର କରିଦେଇଥାଏ। ଜଦି ଏହିକ୍ଷୁଦ୍ର ଜୀବ ଉଇ ନଥାନ୍ତେ ତାହା ହେଲେ ପରିବେଶ ଆବର୍ଜନା ମୟ ହୋଇ ପଡି ରହିଥାନ୍ତ। ଅତି କ୍ଷୁଦ୍ର ଜୀବଟିଏ ହେଲେ ମଧ୍ୟ ତାହାର ସାହାସ ସମସ୍ତ ଙ୍କ ଠାରୁ ଅଧିକ ଅଟେ। କାରଣ ଉଇ ସମ୍ମିଳିତ ଭାବରେ ନିଷ୍ଠାପର ଭାବରେ ଉଦ୍ୟମ କରି ନିଜ ଉଚ୍ଚତା ଠାରୁ ସହସ୍ର ଗୁଣର ନିଜ ପାଇଁ ଘର ତିଆରି କରିଥାଏ। ଯାହାକୁ ଆମେ ଉଇହୁଙ୍କା ବୋଲି କହିଥାଉ। ଏହା କେବଳ ସମ୍ଭବ ହୋଇଥାଏ ତାର ନିଷ୍ଠାପର, ନିରନ୍ତର କର୍ମପ୍ରବଣତା, ଦୃଢ ଇଚ୍ଛା ଶକ୍ତି ଯୋଗୁ। କିନ୍ତୁ ବର୍ତ୍ତମାନ ମନୁଷ୍ୟ ବଡ଼ ବଡ଼ ଅଟ୍ଟାଳିକା ମାନ ତିଆରି କରୁଛି ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କରିବା ସହିତ ବାଲି, ଗୋଡି, ରଡ୍, ସିମେଣ୍ଟ ବ୍ୟବହାର କରି ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ ମାନ ତିଆରି କରୁଛି। କିନ୍ତୁ ବିନା ବାହ୍ୟ ଉପକରଣରେ ଉଇ ଯେ ନିଜ ଶରୀର ଓ ବୁଦ୍ଧି ତୁଳନାରେ ବଡ଼ ଅଟ୍ଟାଳିକା କରି (ହୁଙ୍କା ) ମାନବ ସମାଜକୁ ଚେତନା ଦେଇଥାଏ। ଯେତେ କ୍ଷୁଦ୍ର ହେଲେବି ତାକୁ ତୁଛ ଭାବିବା ଉଚିତ ନୁହେଁ। ସାନ ହେଲେ ମଧ୍ୟ କାହାକୁ ଦୃବଳ ଭାବିବା ଉଚିତ ନୁହେଁ। ଶାରିରୀକ ବଳଠାରୁ ମନ ବଳ ଅଧିକ ପ୍ରଭାବଶାଳୀ ଯାହାକି ଉଇ ଠାରୁ ଶିକ୍ଷା ମିଳିଥାଏ। ବାରମ୍ଵାର ଉଦ୍ୟମ କରି ବିଫଳ ହେଲେ ମଧ୍ୟ ଏକନିଷ୍ଠ ଓ ସମ୍ମିଳୀତ ହୋଇ କାର୍ଯ୍ୟ କଲେ ସଫଳତା ପାଇଁ ପ୍ରଶସ୍ତ କରିବ ଯାହା ଉଇ ଆମ ମାନଙ୍କୁ ଶିକ୍ଷା ଦେଇ ଥାଏ। ଭାରତୀୟ ସଂସ୍କୃତି ପରମ୍ପରା ଅନୁସାରେ କୌଣସି କାମରେ ବାହାରକୁ ଗଲାବେଳେ ବାଟରେ ଉଇହୁଙ୍କା ଦେଖିଲେ ସୁଭ ହୋଇ ଥାଏ। ଘରର ଅଗଣାରେ ଉଇ ହୁଙ୍କା ଟିଏ ହେଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ କରାଯାଏ। ଏବଂ ଉଇ ହୁଙ୍କା ରେ ଦେବତା ମାନେ ବାସକରନ୍ତି ବୋଲି ମଧ୍ୟ ବିଶ୍ୱାସ କରାଯାଏ। ଉଇ ହୁଙ୍କା ର ମାଟିରେ ଆୟୁର୍ବେଦ ଅନୁସାରେ ବିଭିନ୍ନ ଚିକିତ୍ସା ରେ ବ୍ୟବହାର ହୋଇଥାଏ। ତତ ସହିତ ଏହି ଉଇ ହୁଙ୍କା ର ମାଟି ରେ ମାଟି ଘରର ଲିପାପୋଛା ମଧ୍ୟ ହୋଇ ଥାଏ। ଏହି କ୍ଷୁଦ୍ର ଜୀବ ଉଇ ବର୍ତ୍ତମାନ ସଙ୍କଟ ରେ ଉତ୍କଟ ଦାନାଦର,ଗ୍ରାମାସିନୀ,କୀଟନାସକ ବ୍ୟବହାର ଫଳରେ ତାର ବଂଶ ଲୋପ କରିବାକୁ ବସିଛି ମାନବ ସମାଜ। ସୁରକ୍ଷିତ ପୃଥିବୀ ପାଇଁ ଉଇର ଆବଶ୍ୟକତା ଅଛି। ଯାହାକି ସମସ୍ତେ ସଚେତନ ହେବା ନିତ୍ୟାନ୍ତ ଆବଶ୍ୟକ ଅଟେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.