***ଇନ୍ଦ୍ରଧନୁ***

0 48

ବର୍ଷା ଋତୁରେ ଆକାଶ ବକ୍ଷରେ
ଟାଣି ହୁଏ ସାତ ଗାର….
ସାତଟି ରଙ୍ଗର ସମାହାର ଯେଣୁ
ଇନ୍ଦ୍ରଧନୁ ନାମ ତା’ର…..!!
ସୂର୍ଯ୍ୟ କିରଣ ବର୍ଷା ବିନ୍ଦୁ ପରେ
ପତିତ ହୋଇଲେ ପୁଣି…..
ବିପରିତ ଦିଗେ ଦେଶେ ଇନ୍ଦ୍ରଧନୁ
ଅତି ମନୋରମ ତେଣୁ….!!
ପ୍ରକୃତିର ଶୋଭା କେଡେ ଚମତ୍କାର
ଆକାଶରୁ ମାଟି ଯାଏ…..
ଅର୍ଦ୍ଧ ଗୋଲାକାର ରୂପେ ବିମଣ୍ଡିତ
ଇନ୍ଦ୍ରଧନୁ ଜନ କହେ….!!
ବାଘ ନୀସ ହଲାନା ସଂକ୍ଷିପ୍ତ ନାମେ
ବିଦ୍ୟାର୍ଥୀ ସ୍ମରଣ କରେ….
ରଙ୍ଗର ବୈଚିତ୍ର୍ଯ ଜନ ମାନସକୁ
ଆହ୍ଲାଦିତ କରିଥାଏ….!!
ଜଡ ଠାରୁ ଜୀବ ସବୁଠି ରହିଛି
ରଙ୍ଗର ଚିହ୍ନ ବର୍ଣ୍ଣ…..
ରଙ୍ଗଟି ଦେଖ ଜାତୀୟ ପତାକା
ଦେହରେ ଲାଞ୍ଛିତ ପୁଣ…..!!
ସାତଟି ରଙ୍ଗର ଅର୍ଥ ଭିନ୍ନ ଭିନ୍ନ
ରଙ୍ଗକୁ ପାଥେୟ କରି…..
ଦେବାଦାବୀ ଯେତେ ରଙ୍ଗକୁ ଆବୋରି
ଭକତେ ଲଗାନ୍ତି ଡୋରି….!!
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.