ଇନର ହ୍ୱିଲ୍ କ୍ଲବ୍‌ର ପ୍ରଥମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ।

0 317

ଭଞ୍ଜନଗର, ୨୬/୧୦(ପିପିଟି ):ବନ୍ଧୁତା ଓ ସେବା ଉଦ୍ଦେଶ୍ୟରେ ଗଢ଼ି ଉଠିଥିବା ଆନ୍ତର୍ଜାତୀୟ ମହିଳା ସ୍ବେଚ୍ଛାସେବୀ ସଙ୍ଗଠନ
ଇନର୍ ହ୍ୱିଲ୍ କ୍ଲବ, ଭଞ୍ଜନଗର ଶାଖାର ପ୍ରଥମ ପ୍ରତିଷ୍ଠା ଦିବସରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେଥି ମଧ୍ୟରେ ବେଲଗୁଣ୍ଠା ସ୍ଥିତ ନୃସିଂହ ମନ୍ଦିରରେ ଭକ୍ତଙ୍କ ଆବଶ୍ୟକତାକୁ ଦେଖି ଏକ ଆକ୍ବା ଗାର୍ଡ ଲୋକାର୍ପଣ କରାଯାଇଛି।ଏଥିସହ ତନରଡ଼ା ଠାରେ ଥିବା ବୃଦ୍ଧା ଶ୍ରମରେ ମଧ୍ୟ ଅନ୍ତେବାସୀଙ୍କ ଭଜନ କୀର୍ତ୍ତନ ନିମନ୍ତେ କିଛି ବାଦ୍ୟଯନ୍ତ୍ର ପ୍ରଦାନ କରାଯାଇଛି।ସନ୍ଧ୍ୟାରେ ଭଞ୍ଜନଗର ସ୍ଥିତ ରୋଟାରୀ କ୍ଲବ କାର୍ଯ୍ୟାଳୟ ଠାରେ ଚାର୍ଟର ଉପସ୍ଥାପନା ଓ ପ୍ରଥମ ପ୍ରତିଷ୍ଠା ଉତ୍ସବର ଆୟୋଜନ କରାଯାଇଥିଲା।ଭଞ୍ଜନଗର ଇନର ହ୍ୱିଲ୍ କ୍ଲବ୍‌ ସଭାପତି ସୁନିତା ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କ୍ଲବ୍‌ ୩୨୬ର ଜିଲ୍ଲା ଅଧ୍ୟକ୍ଷା ମଧୁସ୍ମିତା ତ୍ରିପାଠୀ,ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବ ୩୨୬୨ର ଜିଲ୍ଲା ପ୍ରାନ୍ତ ପାଳ ମନୋଜ ତ୍ରିପାଠୀ,ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରଞ୍ଜିତ କୁମାର ବାରିକ, ସମ୍ପାଦକ ଗୁପ୍ତେଶ୍ଵର ସୁବୁଦ୍ଧି,ଭଞ୍ଜନଗର ଇନର ହ୍ୱିଲ୍ କ୍ଲବ୍‌ ସମ୍ପାଦିକା ବବିତା ସୁବୁଦ୍ଧି ମଞ୍ଚାସୀନ ଥିଲେ।ସ୍ମରଣିକା ପାଢ଼ୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଜିଲ୍ଲା ଅଧ୍ୟକ୍ଷାଙ୍କ ଉପସ୍ଥିତିରେ କ୍ଲବର ସମସ୍ତ କର୍ମକର୍ତ୍ତାମାନେ ଦାୟିତ୍ୱ ଗ୍ରହଣ କରିଥିଲେ।ଭଞ୍ଜନଗର ଠାରେ ଏହି କ୍ଲବ ଗଠନର ଉଦ୍ଦେଶ୍ୟ ଓ ସେବା କାର୍ଯ୍ୟ କିପରି ଲୋକାଭିମୁଖୀ ହୋଇପାରିବ ସେ ସମ୍ପର୍କରେ ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ତ୍ରିପାଠୀ ଆଲୋଚନା କରିଥିଲେ।ଆଗାମୀ ଦିନରେ ଗରୀବ ଓ ଅସହାୟ ଲୋକଙ୍କ ପାଖରେ ଭଞ୍ଜନଗର ଇନର ହ୍ୱିଲ୍ କ୍ଲବ୍‌ ପହଞ୍ଚି ସେବା ଯୋଗାଇ ପାରିବ ସେ ସମ୍ପର୍କରେ କାର୍ଯ୍ୟ ପନ୍ଥା ପ୍ରସ୍ତୁତ କରାଯାଇଛି।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଜୟକୃଷ୍ଣ ପଟ୍ଟନାୟକ ଓ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅନୁପମ ବାନାର୍ଜୀଙ୍କୁ ଉତ୍ତମ ସେବା କାର୍ଯ୍ୟ ନିମନ୍ତେ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ କ୍ଲବର ୪୦ଜଣ ସଦସ୍ୟା ଉପସ୍ଥିତ ଥିବା ବେଳେ ରୋଟାରୀ କ୍ଲବର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.