ଇଣ୍ଡୋର ଷ୍ଟାଡିୟମ ଲୋକାର୍ପିତ ।

0 288

କୋଦଳା,୧୩/୦୩(ପିପିଟି):କୋଦଳା କୋର୍ଟ ନିକଟ ରେ ନିର୍ମାଣଧୀନ ବହୁ ପ୍ରତିକ୍ଷିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଲୋକାର୍ପିତ ହୋଇଯାଇଛି ।ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ଏହାକୁ ଲୋକାର୍ପିତ କରିଥିବା ବେଳେ, ଷ୍ଟାଡିୟମ ନିକଟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଉପସ୍ଥିତ ରହି କୋଦଳା ଗ୍ରାମବାସୀଙ୍କୁ ଷ୍ଟାଡିୟମ ଭେଟିଦେବା ସହିତ ମୁଖ୍ୟମନ୍ତ୍ରୀ ଏହି ନିର୍ବାଚନ ମଣ୍ଡଳୀ କୋଦଳା ଅଞ୍ଚଳ ପାଇଁ ଏତେ ବଡ଼ ପ୍ରକଳ୍ପ ପ୍ରଦାନ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ ଯୋଗଦେଇଥିବା ବେଳେ,କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଅଧ୍ୟକ୍ଷ୍ୟ ରଘୁନାଥ ମୁଦୁଲି,ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ବିଧାୟିକା ଷ୍ଟାଡିୟମ ଭିତର ବୁଲି ଦେଖିବା ସହିତ କିଛି ସମୟ ଖେଳରେ ମନ ଦେଇଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.