ବୋଲଗଡ଼,୧୧/୦୪(ପିପିଟି) : ଓଡିଶା ସରକାରଙ୍କ ଦ୍ଵାରା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ,ଗୋପବନ୍ଧୁ ଜନ ଆରୋଗ୍ୟ , ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ହୋଇଯାଇଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଓ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ କଟକ ବାଲିଯାତ୍ରା ପଡିଆରେ ଏହାର ଶୁଭାରମ୍ଭ କରିଛନ୍ତି । ଏ ଅବସରରେ ବୋଲଗଡ଼ ବ୍ଲକ ଅନ୍ତର୍ଗତ ପିଚୁକୁଳି ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବୋଲଗଡ଼ ମଣ୍ଡଳ ଉନ୍ନୟନ ଅଧିକାରିଣୀ ସୁମନ ସୁଧାକୁଣ୍ଡୁଙ୍କ ତତ୍ୱାବଧାନରେ ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ଶୁଭାରମ୍ଭର ସିଧା ପ୍ରସାରଣ କାର୍ଯ୍ୟକ୍ରମକୁ ଜନସାଧାରଣ ଉପଭୋଗ କରିଥିଲେ ସମ୍ପୃକ୍ତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଦୀପ କୁମାର ସାହୁ,ବ୍ଳକ ଅଧ୍ୟକ୍ଷତା ହୁଲାସ ପ୍ରଧାନ,ସରପଞ୍ଚ ଜୟନ୍ତୀ ପ୍ରଧାନ ଏବଂ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଓ କର୍ମଚାରୀ, ପଞ୍ଚାୟତ ଜନପ୍ରତିନିଧି, ବ୍ଲକ କର୍ମଚାରୀ ଏବଂ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ। ସେହିପରି ବୋଲଗଡ଼ ବ୍ଲକ ଅଞ୍ଚଳରେ ଥିବା ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଯଥା ମାଣିକଗୋଡା, ମାଣିବନ୍ଧ, ଗୌଡ ନୁଆଗାଁ, ଦେଉଳି ଏବଂ ତାଳତୁମ୍ବ ଠାରେ ଏହି ଯୋଜନାରେ କାର୍ଡ ବଣ୍ଟନ କରାଯାଇଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।